www.samajalive.in
Friday, December 5, 2025
20.1 C
Bhubaneswar

‘ମୁଁ ବିଧାୟକଙ୍କ ପୁଅ, ମୋତେ ଅଟକାଇବା ମହଙ୍ଗା ପଡ଼ିବ’

କାନପୁର: ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକଙ୍କ ପୁଅର ଗୁଣ୍ଡାଗର୍ଦ୍ଦି ଚର୍ଚ୍ଚାର ବିଷୟ ପାଲଟିଛି। ଗାଡ଼ିର କାଗଜପତ୍ର ମାଗିବାରୁ ବିଧାୟକଙ୍କ ପୁଅ ଜଣେ ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଝାନ୍‌ସୀ ଏସ୍‌ପି ଓ.ପି. ସିଂହ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ବିଜେପି ବିଧାୟକ ଜୱାହର ରାଜପୁତଙ୍କ ପୁଅ ରାହୁଲ ରାଜପୁତ ଏକ ନମ୍ବରବିହୀନ କାର୍‌ ନେଇ ଯାଉଥିଲେ। ମୋଦୀ ଚୌରା ଅଞ୍ଚଳରେ ଗାଡ଼ିମୋଟର ଯାଞ୍ଚ ବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ଗାଡ଼ିର ନମ୍ବର ନ ଥିବାରୁ ଜଣେ ପୁଲିସ ଅଧିକାରୀ ତାଙ୍କୁ ଗାଡ଼ିର କାଗଜପତ୍ର ଦେଖାଇବାକୁ କହିଥିଲେ। ଏଥିରେ ରାହୁଲ ଉତ୍ତେଜିତ ହୋଇପଡ଼ିଥିଲେ। ମୁଁ ଜଣେ ବିଧାୟକଙ୍କ ପୁଅ, ମୋତେ ଅଟକାଇବା ମହଙ୍ଗା ପଡ଼ିବ ବୋଲି ସେ ପୁଲିସ ଅଧିକାରୀଙ୍କୁ ଧମକ ଦେଇଥିଲେ। କିନ୍ତୁ ଅଧିକାରୀ ଜଣକ କିଛି ନ ଶୁଣି ତାଙ୍କୁ ଗାଡ଼ିର କାଗଜପତ୍ର ଦେଖାଇବାକୁ କହିବାରୁ ସେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ। ପରେ ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ କାବୁ କରି ଥାନାକୁ ନେଇଥିଲେ।

- Advertisement -

ଏହି ଘଟଣା ପରେ ରାହୁଲଙ୍କ ବାପା ତାଙ୍କ ସମର୍ଥକମାନଙ୍କ ସହ ଥାନାରେ ପହଞ୍ଚି ଧାରଣା ଦେଇଥିଲେ। ପୁଲିସ ତାଙ୍କ ପୁଅକୁ ମାଡ଼ ମାରିଛି ବୋଲି ପାଲଟା ଅଭିଯୋଗ କରିବା ସହ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ପଚରାଉଚରା ପରେ ପୁଲିସ ରାହୁଲଙ୍କୁ ଛାଡ଼ିଦେଇଛି।

ଝାନ୍‌ସୀ ଜିଲା ମାଜିଷ୍ଟ୍ରେଟ ଶିବ ସହାୟ ଅୱାସ୍ଥି କହିଛନ୍ତି, ପୁଲିସ ନିକଟରେ ଘଟଣାର ଭିଡିଓ ଫୁଟେଜ ରହିଛି। ନିରପେକ୍ଷ ଭାବେ ଏହାର ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories