www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ; କହିଲେ ଏକାଧିକ ପତ୍ନୀ ଓ ସନ୍ତାନ ଥିବା ମୁସଲମାନ ପଶୁ ପ୍ରବୃତିର

ଲକ୍ଷ୍ନୌ: ମୁସଲିମ ଜନସଂଖ୍ୟା ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଜଣେ ବିଜେପି ବିଧାୟକ ବିବାଦ ଘେରକୁ ଆସିଛନ୍ତି। ଉତ୍ତରପ୍ରଦେଶ ବାଲିଆ ବିଧାୟକ ସୁରେନ୍ଦ୍ର ସିଂହ ସୋମବାର କହିଛନ୍ତି, ଯେଉଁ ମୁସଲମାନଙ୍କର ଏକାଧିକ ପତ୍ନୀ ଏବଂ ପିଲା ଅଛନ୍ତି ସେମାନେ ପଶୁ ପ୍ରବୃତିର। ସୁରେନ୍ଦ୍ର କହିଛନ୍ତି, ମୁସଲିମ ଧର୍ମରେ ଲୋକମାନେ ୫୦ ପତ୍ନୀ ରଖନ୍ତି ଏବଂ ୧୦୫୦ ସନ୍ତାନ ଜନ୍ମ ଦିଅନ୍ତି। ଏହା କୌଣସି ପ୍ରଥା ନୁହେଁ, କିନ୍ତୁ ଏକପ୍ରକାର ପଶୁ ପ୍ରବୃତି। ସମାଜରେ ଗୋଟିଏ, ଦୁଇଟି କିମ୍ବା ଅତି ବେଶୀରେ ୪ଟି ସନ୍ତାନ ଜନ୍ମଦେବା ସାଧାରଣ କଥା ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ସୁରେନ୍ଦ୍ର ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଗତବର୍ଷ ସେ କହିଥିଲେ, ହିନ୍ଦୁତ୍ଵ ରକ୍ଷା କରିବା ଲାଗି ସମସ୍ତ ହିନ୍ଦୁ ଦମ୍ପତି ଅତି କମ୍‌ରେ ୫ଟି ସନ୍ତାନ ଜନ୍ମଦେବା ଉଚିତ। ଏହାଦ୍ବାରା ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ଏବଂ ହିନ୍ଦୁତ୍ଵ ଅକ୍ଷୁଣ୍ଣ ରହିବ। ସୁରେନ୍ଦ୍ରଙ୍କ ଏପରି ମନ୍ତବ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories