www.samajalive.in
Saturday, December 6, 2025
15.1 C
Bhubaneswar

ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଦେଖାଦେଇଥିôବା ବିବାଦ ଆପାତତ ସମାଧାନ ହୋଇଯାଇଛି। ଜେଡିୟୁ ଜାତୀୟ ସାଧାରଣ ସମ୍ପାଦକ ସଞ୍ଜୟ ଝାଙ୍କ ସୂଚନା ଅନୁଯାୟୀ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଯିବା ସହ ଉପଯୁକ୍ତ ସମୟରେ ଏନେଇ ଘୋଷଣା କରାଯିବ। ବିହାର ରାଜନୀତିରେ ରାମ ବିଳାଶ ପାଶୱାନଙ୍କ ଏଲଜେପି ଓ ଉପେନ୍ଦ୍ର ଖୁସୱାହାଙ୍କ ଆରଏଲଏସପି ମଧ୍ୟରେ ଆସନ ବୁଝାମଣା ପରେ ଅବଶିଷ୍ଟ ଆସନ ବିଜେପି ଓ ଜେଡିୟୁ ମଧ୍ୟରେ ବିଭାଜିତ ହେବ। ୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁକୁ କେବଳ ୨ଟି ଆସନ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଜେଡିୟୁ ଏହି ଆସନ ସଂଖ୍ୟାରେ ବୃଦ୍ଧି ହେବାର ଆଶା ବାନ୍ଧିଛି। ଏଭଳି କ୍ଷେତ୍ରରେ ଜେଡିୟୁକୁ ଅଧିକ ଆସନ ଜିତିବାର ସୁଯୋଗ ଦେବାକୁ ବିଜେପିକୁ କିଛି ଅଧିକ ଆସନ ଛାଡ଼ିବାକୁ ପଡ଼ିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories