www.samajalive.in
Sunday, December 14, 2025
15.1 C
Bhubaneswar

କଂଗ୍ରେସର ମିଥ୍ୟା ପ୍ରଚାରର ଜବାବ ଦେଲା ବିଜେଡି

ରେଙ୍ଗାଲିକେମ୍ପ : ଅତାବିରା ଏନ୍ଏସି ର ବିକାଶ ପାଇଁ ବର୍ତ୍ତମାନ ଚାଲିଛି ସରଗରମ ଆଲୋଚନା , ସମାଲୋଚନା ଏବଂ ରାଜନୈତିକ ଛକାପଞ୍ଝା । ଗତକାଲି ଅତାବିରା କଂଗ୍ରେସ ପ୍ରେସ ବିବୃତିରେ ବିଜେଡି ଦଳ ପିସି ଖାଉଥିବାରୁ ଅଞ୍ଚଳର କିଛି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିନାହିଁ ବୋଲି ଅଭିଯୋଗ ଆଣିଥିଲା। ତାକୁ ନେଇ ଆଜି ବିଜେଡି ଜବାବ ରଖିଛି।

ଆଜି ଅତାବିରା କେକେ ଲଜ୍ ଠାରେ ଏନଏସି  ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଥିଲା । ଏଥିରେ ଅତାବିରା ଏନଏସି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ସଭା ପରିଚାଳନା କରିଥିଲେ । କାଉନସିଲର ରଘୁ ବାରିକ୍, ବନମାଳୀ  ବରିହା ଓ ଡ.ବିକ୍ରମ ଦାସ ମଞ୍ଚାସିନ ଥିଲେ। କଂଗ୍ରେସ କରିଥିବା ଅଭିଯୋଗ ତଥା ମିଥ୍ୟା ପ୍ରଚାରର ଜବାବ ଦେବାକୁ ଯାଇ  ବିଜେଡି ର ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ,  ଅତାବିରାରେ ପାର୍କ  ପାଇଁ ମାର୍ଚ୍ଚ ୨/୨୦୧୯ରେ ଚିଠି ନଂ ୪୯୨୦ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ୭୫ଲକ୍ଷ ଟଙ୍କା ମଞ୍ଜୁର ହୋଇଆସିଛି। ଆଦର୍ଶ ସ୍ଵର୍ଗଦ୍ଵାର ପାଇଁ ଚିଠି ନଂ ୪୯୨୪ /ଐଟଊ ତା ୨/୩/୧୯ରେ ୭୫ଲକ୍ଷ ଟଙ୍କା ମଞ୍ଜୁର ପାଇଁ ଜିଲ୍ଲାପାଲଙ୍କ ପାଖକୁ ଯାଇଛି। କଂଗ୍ରେସ ର ଅଭିଯୋଗ ରହିଛି ଯେ, କଲ୍ୟାଣ ମଣ୍ଡପ ପାଇଁ ଜମି ଚିହ୍ନଟ ହୋଇ ନାହିଁ କିନ୍ତୁ ତାର ଉତ୍ତରରେ ବିଜେଡି  କହିଛି ଅତାବିରା ସରସ୍ଵତୀ ଶିଶୁ ମନ୍ଦିର ନିକଟରେ ରିକ କଲ୍ୟାଣ ମଣ୍ଡପ କରିବା ପାଇଁ ୧ କୋଟି ୮୦ଲକ୍ଷ  ଟଙ୍କାର ଆକଳନ ରାଶି ସୁପରିଷ୍ଟେଣ୍ଟ ଟେକ୍ନିକାଲ ସେକସନ୍ ପଠାଯାଇଛି।

- Advertisement -

୨୦ ଲକ୍ଷର ଅନୁଦାନ ରେ ନିର୍ମିତ ହେବାକୁ ଥିବା ମିନି ଷ୍ଟାଡିୟମ୍ ଚିଠି ନଂ ୦୫/ଊଝଙତା ୧୫/୧/ ୨୧ ଆନୁସାରେ ବିଧାୟିକା ପାଣ୍ଠିରୁ ୫ଲକ୍ଷ ପ୍ରଦାନ କରିଥିବା ସତ୍ୱେ ବଳକା ଯାହା ଦରକାର ପଡିବ ତାହା ମଧ୍ୟ ସେ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ କରିବା କଟକଣା ଜନିତ ଲକଡ଼ାଉନ ଯୋଗୁଁ କାମ ବନ୍ଦ ରହିଛି ଯାହା ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ପାଇଁ ଟେଣ୍ଡର କରାଯିବା ପାଇଁ ସ୍ଥିର ହୋଇଛି। ଏହା ବ୍ୟତୀତ ବିଜେଡି କ୍ଷମତାକୁ ଆସିବା ପରେ ୨୬୫ଜଣଙ୍କ ପାଇଁ ଆସିଥିବା ଆବାସ ଯୋଜନା ୨୨୦ଜଣଙ୍କୁ ଦିଆଯାଇଛି। ବାକି ରହିଥିବା ସବୁ ତଥା ନୂତନ ୨୭ଟି ଆବାସ ଯୋଜନା ଆସନ୍ତା ସପ୍ତାହରେ ବଣ୍ଟନ କରାଯିବା ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories