www.samajalive.in
Friday, December 12, 2025
14.1 C
Bhubaneswar

ବିଜେପିର ଇସ୍ତାହାର; ବିନା ସୁଧରେ ଚାଷୀଙ୍କୁ ଋଣ, ସବୁ ଜିଲାରେ ମେଡିକାଲ କଲେଜ

ଭୁବନେଶ୍ଵର: କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା ପରେ ବିଜେପି ଏହାର ସଙ୍କଳ୍ପ ପତ୍ର ମାଧ୍ୟମରେ ରାଜ୍ୟବାସୀଙ୍କ ପାଇଁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଛି। ରାଜ୍ୟରେ ଦଳ ସରକାର ଗଢ଼ିଲେ ସବୁ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ସହ ୨ବର୍ଷ ମଧ୍ୟରେ ବେକାରୀମାନଙ୍କୁ ଚାକିରି ଦିଆଯିବ ବୋଲି ଇସ୍ତାହାରରେ ଘୋଷଣା କରିଛି। ନୂଆ ଓଡ଼ିଶା ଲାଗି ୯ଟି ସଙ୍କଳ୍ପକୁ ବିଜେପି ଲୋକଙ୍କ ନିକଟରେ ପହଞ୍ଚାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ସଙ୍କଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିର ସଙ୍କଳ୍ପ ପତ୍ରରେ ରହିଥିବା ପ୍ରମୁଖ ପ୍ରତିଶ୍ରୁତି:-

– ଓଡ଼ିଶାରେ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ଏବଂ ‘ଆୟୁଷ୍ମାନ’ ଯୋଜନା ଲାଗୁ କରାଯିବ

- Advertisement -

– କ୍ଷମତାକୁ ଆସିବାର ୩ମାସ ମଧ୍ୟରେ ପେଶା ଆଇନ ଲାଗୁ ହେବ

– ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ

– ଶିଳ୍ପ, ଉତ୍ତମ ଶିକ୍ଷା ଏବଂ ରୋଜଗାର ଉପରେ ଗୁରୁତ୍ଵ ଦିଆଯିବ

– ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି, ସ୍ବାସ୍ଥ୍ୟ ଏବଂ ବିଜୁଳି ଯୋଗାଇ ଦିଆଯିବ

– ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ହେବ, ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ

– ଭ୍ରଷ୍ଟାଚାର ଏବଂ ଗୁଣ୍ଡାଗର୍ଦ୍ଦିକୁ ଶେଷ କରାଯିବ

– ରାଜ୍ୟର ସବୁ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ

– ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ

– ୨ବର୍ଷ ଭିତରେ ବେକାରୀଙ୍କୁ ଚାକିରି ମିଳିବ

– ୫ବର୍ଷରେ ୨୦ ଲକ୍ଷ ପିଲାଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories