www.samajalive.in
Saturday, December 13, 2025
18.1 C
Bhubaneswar

୯ ବର୍ଷର ଲିଭ୍ ଇନ୍ ପରେ କଂଗ୍ରେସ କଲା ବିଜେପି-ବିଜେଡି ବାହାଘର

ଭୁବନେଶ୍ବର: ତେଲଙ୍ଗାନାରେ କଂଗ୍ରେସ ଯେଉଁ ଫର୍ମୁଲା ଆପଣାଇ ଶାସନକୁ ଆସିଛି ଓଡ଼ିଶାରେ ସେହି ଫର୍ମୁଲାକୁ ଆପଣାଇବାରେ ଲାଗିଛି। ସେଠାରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ବିଜେପି ଓ ବିଆରଏସର ବିବାହ କରି ଚର୍ଚ୍ଚାକୁ ଆସିଥିବା ବେଳେ ଗୁରୁବାର ଓଡ଼ିଶା ଛାତ୍ର କଂଗ୍ରେସ ମାଷ୍ଟରକ୍ୟାଣ୍ଟିନ ଛକରେ ବିଜେଡି ଓ ବିଜେପିର ବିବାହ କରାଇଛି। ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସମ୍ପର୍କ ଥିବା ଅଭିଯୋଗ ଆଣି ଛାତ୍ର କଂଗ୍ରେସ ଉଭୟଙ୍କ ବିବାହ କରାଇଛି। ଏପରି ଢଙ୍ଗରେ କାର୍ଯ୍ୟକ୍ରମ ଆୟୋଜନ କରି ବିଜେଡି ଓ ବିଜେପିକୁ କଟାକ୍ଷ କରାଯାଇ ଥିବାବେଳେ ନିର୍ବାଚନ ପୂର୍ବରୁ ଏଭଳି ଢଙ୍ଗରେ ପ୍ରତିବାଦ କରି ଦଳ ଚର୍ଚ୍ଚାକୁ ଆସିବାକୁ ‌ ଚେଷ୍ଟା କରୁଛି।

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ତତ୍ତ୍ବାବଧାନରେ ବିଜେପି ଓ ବିଜେଡିର ବିବାହ ଉତ୍ସବ ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି, ଦୀର୍ଘ ୨୪ ବର୍ଷ ହେଲା ବିଜେଡି ଓ ବିଜେପି ଲିଭ-ଇନ ରିଲେସନରେ ରହିଥିଲେ। ଓଡ଼ିଶାରେ ଏହି ଲିଭ ଇନ ରିଲେସନ ଗ୍ରହଣୀୟ ନୁହେଁ, ତେଣୁ ଏମାନଙ୍କୁ ବିବାହ କରାଇ ଦିଆଯାଇଛି। କେନ୍ଦ୍ରର କୃଷି ଆଇନ, ସିଏଏ, ମଣିପୁର ଦଙ୍ଗା, ଜିଏସଟି ବୋଝ, ବିମୁଦ୍ରାୟନର ବିପର୍ଯ୍ୟସ୍ତ ପରିସ୍ଥିତି, ଉପରାଷ୍ଟ୍ରପତି ନିର୍ବାଚନ ପ୍ରଭୃତି ପ୍ରସଙ୍ଗରେ ସଂସଦରେ ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇ ଆସିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ନିର୍ବାଚନରେ ବିଜେଡି ବିଜେପି ଉଭୟଙ୍କ ପ୍ରାର୍ଥୀ ଥିଲେ। ଇଡି ଓ ସିବିଆଇ ଅନ୍ୟ ରାଜ୍ୟରେ ଚଢଉ କରି କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଓଡ଼ିଶାରେ ଖଣି, ଚିଟ୍‌ଫଣ୍ଡ ଆଦି ଦୁର୍ନୀତି ଅଭିଯୋଗ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଦୁଇଦଳ ମଧ୍ୟ ଏକାଠି ୯ବର୍ଷ ଶାସନ କରିଛନ୍ତି। କେବଳ ଓଡ଼ିଶାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ଦୁଇଦଳ ମିଛରେ କଳି ଲାଗନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସରକାର ଚାଲିଥିଲା। ପରବର୍ତ୍ତୀ ସମୟରେ ମେଣ୍ଟ ଭାଙ୍ଗିଥିଲେ ମଧ୍ୟ ପରସ୍ପର ମଧ୍ୟରେ ସମ୍ପର୍କ ରହିଛି। ୨୦୨୪ବର୍ଷ ହେବ କଂଗ୍ରେସର ବର୍ଷ ଏବଂ ଓଡ଼ିଶାବାସୀଙ୍କ ବର୍ଷ। ଓଡ଼ିଶା ଅସ୍ମିତା ପାଇଁ ଆହୂତ ଲଢେଇରେ ଅନୁପ୍ରାଣିତ ହୋଇ ନବନିର୍ମାଣ କୃଷକ ସଙ୍ଗଠନର ପ୍ରମୁଖ ଯୁବନେତା ଶୁଭେନ୍ଦୁ ଶେଖର ମଲ୍ଲିକ ଓ ସଂଗ୍ରାମ କିଶୋର ମାଝି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ କମିଟି ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅମିୟ ପାଣ୍ଡବ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ବିବାହ ଉତ୍ସବରେ ସାମିଲ ହୋଇଥିଲେ।

- Advertisement -


ଏହି ପ୍ରସଙ୍ଗରେ ବିଜେଡି ନେତା ତଥା ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ବିଜେଡିର ଲୋକପ୍ରିୟତା ଦେଖି ଉଭୟ ବିଜେପି ଓ କଂଗ୍ରେସ ଭୟଭୀତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ଲୋକପ୍ରିୟତା କ୍ରମାଗତ ଭାବେ ବଢିବାରେ ଲାଗିଛି। ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ଏବଂ ବିଜେପି ମିଶି ବିରୋଧ କରୁଛନ୍ତି। ମାତ୍ର ଲୋକ ଦେଖାଣିଆ ଭାବେ ବାହାରେ ପରସ୍ପରକୁ ବିରୋଧ କରୁଛନ୍ତି। କଂଗ୍ରେସ ଦଳ ନିଜ ଅସ୍ତିତ୍ବ ପାଇଁ ସଂଗ୍ରାମ କରୁଛି। ବିଜେଡି ଲୋକଙ୍କ ସହ ଅଛି ଏବଂ ଲୋକଙ୍କର ଭଲ ପାଇବା ଦଳକୁ ମିଳୁଛି। ରାଜ୍ୟ ବିଜେପିର ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, କଂଗ୍ରେସର ବୁଦ୍ଧି ଭ୍ରଷ୍ଟ ହୋଇଗଲାଣି। ଏହି ଦଳ ଓଡ଼ିଶା ଓ ଦେଶରୁ ସମ୍ପୂର୍ଣ୍ଣ ବିଲୁପ୍ତ ହେବା ସ୍ଥିତିରେ ପହଞ୍ଚିଲାଣି। ଏଥିପାଇଁ କଂଗ୍ରେସର ମାନସିକ ଉଦ୍‌ବେଗ ପ୍ରତିଫଳନ ହେଉଛି। କଂଗ୍ରେସ ଏପରି ନାଟକ କରି ଚର୍ଚ୍ଚାକୁ ଆସିବାକୁ ଚାହୁଁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories