ବୌଦ୍ଧ : ବୌଦ୍ଧଜିଲା ବିଜେପି କାର୍ଯ୍ୟାଳୟଠାରେ ଜିଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଜିଲା ବିଜେପିର ନେତାମାନେ ଯୋଗଦାନ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସାହାସୀକତା, ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟକରି ଅଖଣ୍ଡ ଭାରତର ମୂଳଦୁଆ ପକାଇବା ସହିତ ୫୬୦ ରୁ ଉର୍ଦ୍ଧ୍ବ ଦେଶୀୟ ରାଜ୍ୟଗୁଡିକୁ ଭାରତ ଭୁଖଣ୍ଡରେ ମିଶ୍ରଣ କରି ଦେଶକୁ ଏକତା ସୁତ୍ରରେ ଆବଦ୍ଧ କରିଥିଲେ ବୋଲି ପ୍ରକାଶ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମାଗୁଣି ଗାଈଗୌରିଆ,ଜିଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ବାଘ,ମନୋରଞ୍ଜନ ଦାଶ,ନମିତାରାଣୀ ଦାଶ,ପ୍ରେମାନନ୍ଦ ମିଶ୍ର,ସତ୍ୟାନନ୍ଦ ପାଣ୍ଡେ,ରଞ୍ଜନ କ୍ଷେତୀ,ତାପସ ପଟ୍ଟନାୟକ.ଶ୍ରୀକାନ୍ତ ଦନ୍ତା ଓ ଅନ୍ୟାନ୍ୟ ନେତା ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
Popular Categories



