ଆଠଗଡ : ଆନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ତାରିଖରେ ପାଳିତ ହୋଇଥିବାବେଳେ ସେଦିନ ହୋଲିଉତ୍ସବ ଥିବାରୁ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ଶୁକ୍ରବାର (ଆସନ୍ତାକାଲି) ପାଳନ କରାଯିବ ବୋଲି ମହିଳା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଠଗଡ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଶାନ୍ତିଲତା ବେହେରା, ତିଗିରିଆ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ରୂପା ଦଳାଇ ଓ କଟକ ଜିଲ୍ଲା ବିଜେଡି ସଂପାଦିକା ମଧୁସ୍ମିତା ସେଠୀ ଉପସ୍ଥିତ ରହି ମହିଳା ଦିବସ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଶୁକ୍ରବାର ମହିଳା ସମାବେଶ ଓ ‘ଲିଙ୍ଗଗତ ସମାନତା’, ‘ସ୍ୱାଧୀନତା ଆନ୍ଦୋଳନରେ ମହିଳାଙ୍କ ଅବଦାନ’ ଓ ‘ସାଂପ୍ରତିକ ସାମାଜିକ-ରାଜନୈତିକ ପରିପ୍ରେକ୍ଷୀରେ ମହିଳଙ୍କ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏଥିରେ ନେସନାଲ ଫେଡେରେସନ ଅଫ ଇଣ୍ଡିଆନ ଓମେନ୍ର କାର୍ଯ୍ୟକର୍ତ୍ତା ଡଃ ଅମୃତା ପାଠକ, ମୁଖ୍ୟବକ୍ତା, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଡଃ ସୁଜାତା ଦାଶ ଏବଂ ଅଡଶପୁରସ୍ଥିତ ୟୁଏନ କଲେଜର ପ୍ରାଧ୍ୟାପିକା ପ୍ରଫେସର ଚିରଶ୍ରୀ ଇନ୍ଦ୍ରଶ୍ରୀ ସମ୍ମାନିତ ବକ୍ତା ଯୋଗଦେବେ ବୋଲି ମହିିଳା ବିଜେଡି ନେତ୍ରୀ ସୂଚନା ଦେଇଥିଲେ । ଏହି ସମାବେଶରେ ଆଠଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରୁ ହଜାର ହଜାର ମହିଳା କର୍ମୀ ଯୋଗଦେବେ ବୋଲି ସେମାନେ କହିଥିଲେ।
Popular Categories



