www.samajalive.in
Sunday, December 14, 2025
26.1 C
Bhubaneswar

ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ବଦାନ୍ୟତା, ଦାନ କଲେ କୋଭିଡ଼ରେ ମିଳିଥିବା ପ୍ରୋତ୍ସାହନ ରାଶି

ବୁର୍ଲା: ବୁର୍ଲା ଭିମସାରର ସମାଜସେବୀ ଡ଼ାକ୍ତର ସହକାରୀ ପ୍ରଫେସର ଶଙ୍କର ରାମଚନ୍ଦାନି ଟଙ୍କିକିଆ କ୍ଲନିକ କରି ସମସ୍ତ ମହଲରେ ଉଚ୍ଚପ୍ରସଶଂସିତ ହୋଇ ଆସୁଥିବା ବେଳେ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ତଥା ବିଭିନ୍ନ ମହଲାକୁ ସହାୟତା ରାଶି ପ୍ରଦାନ କରି ଚର୍ଚ୍ଚାର ପରିସର ଭୁକ୍ତ ହେଉଛନ୍ତି। ଡାକ୍ତର ରାମନ୍ଦାନି ତାଙ୍କର କୋଭିଡ଼ ପ୍ରୋତ୍ସାହନ ରାଶିକୁ ଗରୀବ ରୋଗୀଙ୍କ ସହାୟତା ପାଇଁ ଦାନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ତାଙ୍କର କହିବା ମୁତାବକ ଜଣେ ଚିକିତ୍ସକ ପାଇଁ ଜଣେ ଗରୀବ ରୋଗୀ ଅର୍ଥାଭାବରୁ ଚିକିତ୍ସା ନ ପାଇଁ ମୃତୁବରଣ କଲେ ତାହା ହେଲେ ତାହା ଜଣେ ଚିକିତ୍ସକ ପାଇଁ ଅତ୍ୟନ୍ତ ଦୁଃଖଦାୟକ। ସେ ତାଙ୍କର ଚାକିରି କ୍ଷେତ୍ରରେ ମିଳୁଥିବା ଦରମାରେ ସନ୍ତୁଷ୍ଟ ରହିଥିବା ମଧ୍ୟ ପ୍ରକାଶ କରିବା ସହିତ ଏହି କୋଭିଡ଼ ରୋଗୀଙ୍କ ଚିକିତ୍ସା ସମୟରେ ମିଳିଥିବା ପ୍ରୋତ୍ସାହନ ରାଶିକୁ ସେ ଭିମସାରର ଗରୀବ ରୋଗୀଙ୍କ ସକାଶେ ଦାନ କରିଥିବା ଲିଖିତ ଭାବରେ ଭିମସାର ଅଧିକ୍ଷକଙ୍କ ଉଦ୍ୟୋଶ୍ୟରେ ଏକ ନିବେଦନ ପତ୍ର ଲେଖିଛନ୍ତି। ଏହା ସହିତ ଆହୁରୀ ମଧ୍ୟ କହିବାକୁ ଯାଇ ସେ ନେତାମାନଙ୍କ ଦରମା ବୃଦ୍ଧି ଶୁଣି ସେ ଖୁସି ଅନୁଭବ କରିଥିବା କହିବାକୁ ମଧ୍ୟ ପଛାଇ ନାହାନ୍ତି।

- Advertisement -

ତାଙ୍କୁ କୋଭିଡ଼ ମହାମାରୀ ସମୟର ୩୧ହଜାର ଟଙ୍କା ପ୍ରୋତ୍ସାହନ ରାଶି ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲା। ଏହି ରାଶିକୁ ସେ ଭିମସାରର ଗରୀବ ଶ୍ରେଣୀର ରୋଗୀଙ୍କ ସହାୟତା ସକାଶେ ଦାନ କରିଥିବା ଉଲ୍ଲେଖ କରିଛନ୍ତି। ଡ଼ାକ୍ତର ରାମଚନ୍ଦାନି ଏହିଭଳି ଭାବରେ ନିୟମିତ ବିଭିନ୍ନ ସମୟରେ ରୋଗୀଙ୍କ ଠାରୁ ଆରମ୍ଭକରି ବିଭିନ୍ନ ବର୍ଗର ଗରୀବଙ୍କୁ ସହାୟତା ତଥା ସହାୟତା ରାଶି ପ୍ରଦାନ କରି ଚର୍ଚ୍ଚାର ପରିସର ଭୁକ୍ତ ହୋଇଛନ୍ତି।

ଗତ କିଛିଦିନ ତଳେ ମହିଳା ଦିବସ ଅବସରରେ ଜଣେ ନବଜାତ ଶିଶୁକନ୍ୟା ଉଦ୍ୟୋଶ୍ୟରେ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହା ସହିତ ତାଙ୍କର ଏକ ଟଙ୍କିକିଆ କ୍ଲିନିକ ସହିତ ନିଜର ବ୍ୟକ୍ତିଗତ କାରକୁ ମଧ୍ୟ ରୋଗୀ ନେବା ଆଣିବାରେ ନିୟୋଜିତ କରାଇ ଚର୍ଚ୍ଚାର ପରିସର ଭୁକ୍ତ ହୋଇଥିବାର ଦୃଷ୍ଟାନ୍ତ ରହିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories