www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିକୁ ସଭା କରାଇ ଦେଲେନି ଶାସକ ଦଳ କର୍ମୀ

ଆଠଗଡ : ଆଠଗଡ ବ୍ଲକର ଧୁରୁଷିଆ ପଞ୍ଚାୟତ ଅଧିନ ଭୁଇଁବରେଇ ଗ୍ରାମରେ ବୁଧବାର ବିଜେପିର ଏକ ସାଂଗଠନିକ ସଭା ଚାଲିଥିବାବେଳେ ଶାସକ ଦଳର କେତେକ କର୍ମୀ ସେଠାରେ ପହଞ୍ଚି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ସେଠାରେ ସଭା କରାଇଦେଇନଥିବା ଅଭିଯୋଗ ହୋଇଛି । ଭୁଇଁବରେଇ ଶିବମନ୍ଦିରରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ସାଂଗଠନିକ ବୈଠକକୁ ଶାସକ ଦଳର କେତେକ ମୁଷ୍ଟିମେୟ କର୍ମୀ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରରୋଚନାରେ ଗୁଣ୍ଡାରାଜ ଚଳାଇ ବୈଠକକୁ ଭଣ୍ଡୁର କରିଥିବା ଗୁରୁବାର ବିଜେପି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ଅଭିଯୋଗ କରିଛନ୍ତି। ସଂପୃକ୍ତ ମୁଷ୍ଟିମେୟ ଶାସକ ଦଳର କର୍ମୀ ବୈଠକ କରୁଥିବା ବିଜେପି ନେତା ଓ କର୍ମୀଙ୍କୁ ଏଠାରେ ରଣେନ୍ଦ୍ରଙ୍କର ବିନା ଅନୁମତିରେ କୌଣସି ସଭା ସମିତି କରାଇଦିଆଯିବ ନାହିଁ ବୋଲି ଖୋଲାଖୋଲି କହି ଅଶ୍ରାବ୍ୟ ଭାଷାରେ ଗାଳିିଗୁଲଜ ଓ ଧମକଚମକ ଦେଇଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଆଠଗଡ ଭଳି ଏକ ଶାନ୍ତିପୂର୍ଣ୍ଣ ଓ ଭାଇଚାରାର ଅଞ୍ଚଳରେ ଏପରି ଗୁଣ୍ଡାଗର୍ଦ୍ଦି ଆଦୌ ସ୍ମୃହଣୀୟ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବରିଷ୍ଠ ନେତା ଶଙ୍କର୍ଷଣ ମହାନ୍ତି, ସତ୍ୟଜିତ୍‌ ମଲ୍ଲିକ, ହେମନ୍ତ ମହାନ୍ତି, ଇଲା ପଣ୍ଡା, ପ୍ରଦୀପ ମହାପାତ୍ର ପ୍ରମୁଖ କହିିଥିଲେ । ଏହା ଏକ ସୁସ୍ଥ ଗଣତନ୍ତ୍ରର ପରିପନ୍ଥି ବୋଲି ସେମାନେ କହିବା ସହ ଏପରି ଘଟଣାର ପୁନରାବୃତ୍ତି ଘଟିଲେ ବିଜେପି ପକ୍ଷରୁ ରାଜରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାଇ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ନିର୍ମଳ କୁମାର ପତ୍ରୀ, ଜଗଦୀଶ ପ୍ରସାଦ କବି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories