www.samajalive.in
Saturday, December 6, 2025
26.1 C
Bhubaneswar

ଗ୍ୟାସ୍ ଦରବୃଦ୍ଧି ବିରୁଦ୍ଧରେ ବିଜେଡ଼ି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବାଙ୍କୀ: ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ସୋମବାର ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ପକ୍ଷରୁ ଗଣଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ବିଜେପିର ଅଚ୍ଛେଦିନ୍ ସରକାର ରନ୍ଧନ ଗ୍ୟାସ୍ ଦର ୯୦୦ ଟଙ୍କାରୁ ଊର୍ଦ୍ଧ୍ବରେ ପହଞ୍ଚାଇ ସମଗ୍ର ଦେଶରେ ଜନ ସାଧାରଣଙ୍କ ମଧ୍ୟରେ ଉଜ୍ଜ୍ୱଳା ବୋଝ ଲଦିଥିବା ନେଇ ଧାରଣାକାରୀମାନେ ପ୍ରତିବାଦ କରିଛନ୍ତି । ଆଜି ଶତାଧିକ ମହିଳା, ଯୁବ ଓ ଛାତ୍ର ବିଜୁ ଜନତା ଦଳ କର୍ମୀମାନେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରୁ ପ୍ଲାକାର୍ଡ, ବ୍ୟାନର ଓ ସ୍ଲୋଗାନ ସହିତ ବାଙ୍କୀ ସହର ପରିକ୍ରମା କରି ଧାରଣାସ୍ଥଳରେ ପହଞ୍ଚିଲା ପରେ ଏକ ସଂକ୍ଷିପ୍ତ ସଭା ଅନୁଷ୍ଠିତ ହୋଇ ଅପରାହ୍ନ ଦିନ ୧ଟା ବେଳେ ଏକ ପ୍ରତିନିଧି ଦଳ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଭେଟ୍ଟି ରନ୍ଧନ ଗ୍ୟାସ୍ ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ କେନ୍ଦ୍ର ସରକାରଙ୍କର ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ବକ୍ତବ୍ୟ ରଖିଥିଲେ । ଯୁବ ନେତା ସନ୍ତୋଷ ରଣାଙ୍କ ସଂଯୋଜନାରେ ସଂଚାଳିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁବାଷ ପାଢୀ, ସମରେନ୍ଦ୍ର ମହାପାତ୍ର, ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଉପାଧ୍ୟକ୍ଷ ରେବତୀ ଜେନା, ସୁରଞ୍ଜନ ପଣ୍ଡା, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତ ଚରଣ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ସନାତନ ବେହେରା, ଜିଲ୍ଲାପରିଷଦ ସଦସ୍ୟ ପ୍ରଣବ କିଶୋର ପଟ୍ଟେଲ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ବାଙ୍କୀ ବ୍ଲକ ଯୁବ ବିଜେଡି ସଭାପତି ସୁବାଷ ସ୍ୱାଇଁ, ସୈାମେନ୍ଦ୍ର ମିଶ୍ର, ପଠାଣି ବେହେରା ପ୍ରମୁଖ ବିକ୍ଷୋଭ ଓ ଧାରଣାରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories