www.samajalive.in
Sunday, December 7, 2025
23.1 C
Bhubaneswar

ବିଜେଡି ପକ୍ଷରୁ ୩୬ଜଣ ସାଧାରଣ ସମ୍ପାଦକ ନିଯୁକ୍ତ, ଯୁବ ଚେହେରାଙ୍କୁ ଅଗ୍ରାଧିକାର

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପକ୍ଷରୁ ୪୬ ସାଧାରଣ ସମ୍ପାଦକଙ୍କ ତାଲିକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଜେଡ଼ି ସାଧାରଣ ସମ୍ପାଦକ ତାଲିକାରେ ଯୁବ ଚେହେରାଙ୍କୁ ଅଗ୍ରାଧିକାର ଦିଆଯାଇଛି। ସାଧାରଣ ସମ୍ପାଦକ ସହ ବିଭିନ୍ନ ଦାୟିତ୍ୱ ମଧ୍ୟ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଛାତ୍ର ଏବଂ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର ଦାୟିତ୍ୱ ଦିଆଯାଇଛି। ବିଜେଡିରେ ୩୬ଜଣ ନେତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଏଥିରେ ୮ଜଣ ମହିଳା ସାମିଲ ଅଛନ୍ତି। ପୂର୍ବରୁ ଦଳ ପକ୍ଷରୁ ବରିଷ୍ଠ ଉପସଭାପତି, ଉପସଭାପତି ଓ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଦଳୀୟ ନେତାମାନଙ୍କୁ ଥଇଥାନ କରାଯାଇଥିଲା।
ଆଜି ବିଜେଡି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଦଳର ମୋଟ ୩୬ଜଣଙ୍କୁ ସାଧାରଣ ସମ୍ପାଦକ ପଦ ସହ ଦଳର ବିଭିନ୍ନ କ୍ଷେତ୍ର ପାଇଁ ଦାୟିତ୍ୱ ପ୍ରଦାନ କରିଛି। ସାଧାରଣ ସମ୍ପାଦକ ଭାବେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସଶକ୍ତ ଓଡ଼ିଶା, ଚନ୍ଦ୍ରସାରଥୀ ବେହେରାଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ, ମନୋହର ରନ୍ଧାରୀଙ୍କୁ ସଶକ୍ତ ଓଡ଼ିଶା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାମାଜିକ ବିକାଶ, ଜଗନ୍ନାଥ ସାରକାଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ, ମହମ୍ମଦ ଆୟୁବ ଖାଁଙ୍କୁ ସଂଖ୍ୟାଲଘୁ, ଦେବେଶ ଆଚାର୍ୟ୍ୟଙ୍କୁ ମୋ’ ପରିବାର, ଉମାକାନ୍ତ ସାମନ୍ତରାୟଙ୍କୁ ସାମାଜିକ ବିକାଶ, ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନାଙ୍କୁ ସଶକ୍ତ ଓଡ଼ିଶା, ପ୍ରିୟଦର୍ଶୀ ମିଶ୍ରଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଧ୍ରୁବଚରଣ ସାହୁଙ୍କୁ ପରିବେଶ, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ରାଜୀବ ଲୋଚନ ସାହୁଙ୍କୁ ସାମାଜିକ ବିକାଶ, ସୁଧୀର କୁମାର ସାମଲଙ୍କୁ ମୋ’ ପରିବାର, ସସ୍ମିତ ପାତ୍ରଙ୍କୁ ମୋ’ ପରିବାର, ବିକ୍ରମ ପଣ୍ଡାଙ୍କୁ ମୋ’ ପରିବାର, ଯୋଗେଶ ସିଂଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ବିଜୟ କୁମାର ନାୟକଙ୍କୁ ଆଞ୍ଚଳିକ ବିକାଶ, ପ୍ରଫୁଲ ସିଂଙ୍କୁ ସାମାଜିକ ବିକାଶ, ଦେବାଶୀଷ ମାର୍ଣ୍ଡିଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ମାନସ ମଙ୍ଗରାଜଙ୍କୁ ମିଡିଆ ବ୍ୟାପାର, ଜନ୍ମେଜୟ ଲେଙ୍କାଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ବିଶ୍ୱଜିତ୍ ମହାନ୍ତିଙ୍କୁ ସଶକ୍ତ ଓଡ଼ିଶା, ସତ୍ୟବ୍ରତ ପାତ୍ରଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଶାରଦା ପ୍ରସନ୍ନ ଜେନାଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ପ୍ରମୋଦ କୁମାର ଜେନାଙ୍କୁ ପରିବେଶ, ଶ୍ୟାମପ୍ରସାଦ ବେହେରାଙ୍କୁ ଆଞ୍ଚଳିକ ବିକାଶ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ, ରାଜଶ୍ରୀ ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ , ରାସେଶ୍ୱରୀ ପାଣିଗ୍ରାହୀ ଆଞ୍ଚଳିକ ବିକାଶ, ଶ୍ରୀମୟୀ ମିଶ୍ରଙ୍କୁ ମହିଳା ସଶକ୍ତିକରଣ, ବାସନ୍ତୀ ହେମ୍ବମ୍ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମହିଳା ସଶକ୍ତିକରଣ, ଗୀତା ବସ୍ତିଆଙ୍କୁ ମହିଳା ସଶକ୍ତିକରଣ ଓ ଗୀତାଞ୍ଜଳି ସେଠୀଙ୍କୁ ଅନୁସୂଚିତ ଜନଜାତି ସଶକ୍ତିକରଣ ଦାୟିତ୍ୱ ଦିଆଯାଇଛି।

- Advertisement -

 

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories