ବିଜେଡି ସଂଗଠନରେ ବଡ଼ ପରିବର୍ତ୍ତନ; ହଟିଲା ସାଂଗଠନିକ ସମ୍ପାଦକ ପଦ; ଫେରିଲା ପିଏସି

ଭୁବନେଶ୍ବର: କ୍ଷମତାରୁ ଯିବାର ପ୍ରାୟ ୧୧ ମାସ ପରେ ବିଜେଡି ସଂଗଠନରେ ବଡ଼ ପରିବର୍ତ୍ତନ ହୋଇଛି। ନିକଟରେ ଦଳର ସାଂଗଠନିକ ନିର୍ବାଚନରେ ନବୀନ ପଟ୍ଟନାୟକ ପୁଣିଥରେ ସଭାପତି ନିର୍ବାଚିତ ହୋଇଥିବା ବେଳେ ସେ ତାଙ୍କର ନୂଆ ଟିମ୍‌ ଗଠନ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା- ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳରେ ସୃଷ୍ଟି କରାଯାଇଥିବା ସାଂଗଠନିକ ସମ୍ପାଦକ ପଦକୁ ଉଠାଇ ଦିଆଯାଇଛି। ପୂର୍ବରୁ ପ୍ରଣବ ପ୍ରକାଶ ଦାସ ସାଂଗଠନିକ ସମ୍ପାଦକ ଥିବାବେଳେ ନୂଆ ତାଲିକାରେ ଏହି ପଦ ଆଉ ରହିନାହିଁ। ସେହିପରି ଦୀର୍ଘ ୨୫ ବର୍ଷ ପରେ ଦଳକୁ ଫେରିଛି ରାଜନୈତିକ ବ୍ୟାପାର କମିଟି (ପିଏସି)। ୧୦ ଜଣିଆ ପିଏସିରେ ନବୀନ ଅଧ୍ୟକ୍ଷ ରହିଛନ୍ତି। ଦଳର ଏହା ସବୁଠୁ ପ୍ରଭାବଶାଳୀ କମିଟି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପ୍ରଫୁଲ୍ଲ ମଲ୍ଲିକ, ଶଶିଭୂଷଣ ବେହେରା ଏବଂ ଭୂପିନ୍ଦର ସିଂଙ୍କ ଭଳି ବରିଷ୍ଠ ନେତାଙ୍କ ନାମ ତାଲିକାରେ ନଥିବାରୁ ସେମାନଙ୍କୁ ବାଦ୍‌ ଦିଆଯାଇଥିବା କୁହାଯାଉଛି।

ଗତ ନିର୍ବାଚନରେ ଦଳ ହାରିବା ପରେ ସାଂଗଠନିକ ସମ୍ପାଦକ ପଦ ହଟିବା ସହ ରାଜନୈତିକ ବ୍ୟାପାର କମିଟି ଗଠନ ହେବା ନେଇ ରାଜନୈତିକସ୍ତରରେ ଆଲୋଚନା ‌େହଉଥିଲା। ଏପରିକି ନବୀନଙ୍କ ପରେ ନମ୍ବର-୨ ନେତା କିଏ ହେବେ, ସେନେଇ ମଧ୍ୟ ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ନୂଆ ଟିମ୍‌ରେ ନବୀନ କାହାକୁ ନମ୍ବର-୨ ନେତା ରଖିନାହାନ୍ତି। ରାଜନୈତିକ ବ୍ୟାପାର କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୧୦ ଜଣଙ୍କୁ ସାମିଲ କରାଯାଇଛି। ନବୀନ ପଟ୍ଟନାୟକ କମିଟିର ଅଧ୍ୟକ୍ଷ ଥିବାବେଳେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସଂତୃପ୍ତ ମିଶ୍ର ସଦସ୍ୟ ଅଛନ୍ତି। ଏହି କମିଟି‌େ‌ର ଏତେଜଣ ସଦସ୍ୟଙ୍କୁ ମନୋନୀତ କରିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ୮୧ ଜଣିଆ ରାଜ୍ୟ ପଦାଧିକାରୀ ତାଲିକା ପ୍ରକାଶ ପାଇଛି। ଦଳରେ ୧୩ ବରିଷ୍ଠ ଉପସଭାପତି, ୧୦ ଉପସଭାପତି, ୨୨ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ୩୫ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ମିଳିଛି। ଦେବୀପ୍ରସାଦ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ବ ଦିଆଯାଇଛି। ବରିଷ୍ଠ ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ ରହିଛନ୍ତି। ବାକି ୬ ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି ପାହ୍ୟାରେ ବିଭିନ୍ନ ସେଲ୍‌ ଦାୟିତ୍ବ ମିଳିଛି। ପ୍ରତାପ ଜେନାଙ୍କୁ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ବ ଦିଆଯାଇଛି। ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବିନାରାୟଣ ନନ୍ଦ, ଅଶ୍ବିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଏବଂ ସାରଦା ପ୍ରସାଦ ନାୟକ ରହିଛନ୍ତି। ଆଉ ୨ ଜଣଙ୍କୁ ଉପସଭାପତି ପାହ୍ୟାରେ ସେଲ୍‌ ଦାୟିତ୍ବ ଦିଆଯାଇଛି। କୋଷାଧ୍ୟକ୍ଷ ଭାବେ ସୁବାସ ସିଂହଙ୍କୁ ଦାୟିତ୍ବ ଦିଆଯାଇଛି।
ବରି‌ଷ୍ଠ ସାଧାରଣ ସମ୍ପାଦକ ତାଲିକାରେ କଳିକେଶ ନାରାୟଣ ସିଂହଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ରମେଶ ଚନ୍ଦ୍ର ମାଝୀ, ଟୁକୁନି ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଧ୍ରୁବଚରଣ ସାହୁ, ସୁଶାନ୍ତ ସିଂହ, ସୁଧୀର ସାମଲ, ଅନନ୍ତ ନାରାୟଣ ଜେନା, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଲିକ, ମାନସ ମଙ୍ଗରାଜ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ ଏବଂ ଜଗନ୍ନାଥ ସାରକା ରହିଛନ୍ତି। ଅନ୍ୟ ଦୁଇ ନେତା ବରିଷ୍ଠ ସାଧାରଣ ସମ୍ପାଦକ ପାହ୍ୟାରେ ସେଲ୍‌ ଦାୟିତ୍ବରେ ରହିଛନ୍ତି। ସେହିପରି ୩୫ ସାଧାରଣ ସମ୍ପାଦକ ହେଲେ ତୁଷାରକାନ୍ତି ବେହେରା, ସୌଭିକ ବିଶ୍ବାଳ, ସାରଦା ପ୍ରସନ୍ନ ଜେନା, ବାସନ୍ତୀ ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂହ, ଗୌତମବୁଦ୍ଧ ଦାସ, ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା, ଚକ୍ରମଣି କହଁର, ପ୍ରଦୀପ ଦିଶାରୀ, ସୁଶାନ୍ତ ରାଉତ, ବିଭୂତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟ, ମୁକେଶ ପାଲ, ସ୍ବରୂପ ଦାସ, ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଶି, ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଥ ନାଏକ, ମାଧବ ସର୍ଦ୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନୀ ଏବଂ ଗିରୀଶ ଦାସ।
ଏହାସହ ଦଳର ବିଭିନ୍ନ ସେଲ୍ ପାଇଁ ବରିଷ୍ଠ ନେତାଙ୍କୁ ଆବାହକ ଦାୟିତ୍ବ ଦିଆଯାଇଛି। ବରିଷ୍ଠ ଉପସଭାପତି ପାହ୍ୟାରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳ ଆବାହକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଉକ୍ତ ପାହ୍ୟାରେ ଅନଙ୍ଗ ଉଦୟ ସିଂହଦେଓଙ୍କୁ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିଜେଡି ସମବାୟ ସେଲ୍‌, ବଦ୍ରି ନାରାୟଣ ପାତ୍ରଙ୍କୁ ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌, ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବିଜେଡି ମତ୍ସଜୀବୀ ସେଲ୍ ଏବଂ ମଙ୍ଗଳା କିଷାନଙ୍କୁ ବିଜେଡି ଆଦିବାସୀ ସେଲ୍‌ ଦାୟିତ୍ବ ଦିଆଯାଇଛି। ଉପସଭାପତି ପାହ୍ୟାରେ ଦେବାଶିଷ ସାମନ୍ତରାୟଙ୍କୁ ବିଜେଡି ବରିଷ୍ଠ ନାଗରିକ ସେଲ୍‌, ଡ. ଅରୁଣ ସାହୁଙ୍କୁ ଓବିସି ସେଲ୍‌ ଆବାହକ ଦାୟିତ୍ବ ମିଳିଛି। ବରିଷ୍ଠ ସାଧାରଣ ସମ୍ପାଦକ ପାହ୍ୟାରେ ମହେଶ ସାହୁଙ୍କୁ ବିଜେଡି ଅନୁସୂଚିତ ଜାତି ସେଲ୍‌ ଏବଂ ଅମର ପଟ୍ଟନାୟକଙ୍କୁ ବିଜେଡି ଆଇଟି ଏବଂ ସାମାଜିକ ଗଣମାଧ୍ୟମ ସେଲ୍‌ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଦଳର ସଂଖ୍ୟାଲଘୁ ସେଲ୍‌ ଆବାହକ ଭାବେ ଦିଲୀପ ତିର୍କୀଙ୍କୁ ଦାୟିତ୍ବ ମିଳିଥିବାବେଳେ ଏଥିରେ ସହ ଆବାହକ ରହିଛନ୍ତି ରିଜୱାନା ବେଗମ। ଏହି ସେଲ୍‌ରେ ମୁଜିବୁଲ୍ଲା ଖାଁଙ୍କୁ ସଂଯୋଜକ (ଦକ୍ଷିଣ ଜୋନ୍‌), ଆୟୁବ ଖାଁଙ୍କୁ ସଂଯୋଜକ (ପଶ୍ଚିମାଞ୍ଚଳ ଜୋନ୍‌) ଏବଂ ଏସ୍‌କେ ନିଜାମୁଦ୍ଦିନଙ୍କୁ ସଂଯୋଜକ (କେନ୍ଦ୍ରୀୟ ଜୋନ୍‌) ଭା‌େ‌ବ ଦାୟିତ୍ବ ଦେଇଛି ଦଳ।

Comments are closed.