www.samajalive.in
Monday, December 8, 2025
13.1 C
Bhubaneswar

୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ବର ଜିଲ୍ଲା ପାଇଁ ପ୍ରତାପ ଦେବ, ବରଗଡ଼ ଜିଲ୍ଲା ପାଇଁ ସୁଧୀର ସାମଲ ଓ ଭଦ୍ରକ ଜିଲ୍ଲା ପାଇଁ ପ୍ରଣବ ବଳବନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ପାଇଁ ସମୀର ଦାଶ, ଯାଜପୁର ଜିଲ୍ଲା ପାଇଁ ଅଶୋକ ପଣ୍ଡା, ଝାରସୁଗୁଡ଼ା- ଜିଲ୍ଲା ପାଇଁ ସୁବାସ ସିଂହ ଓ କଳାହାଣ୍ଡି ଜିଲ୍ଲା ପାଇଁ ନବ ଦାସଙ୍କୁ ନିଯୁକ୍ତି ମିଳିଛି।

ସେହିପରି କନ୍ଧମାଳ ଜିଲ୍ଲା ପାଇଁ ପ୍ରତାପ ଜେନା, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦୁଝର ଜିଲ୍ଲା ପାଇଁ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ପାଇଁ ପ୍ରମିଳା ମଲ୍ଲିକ, କୋରାପୁଟ ଜିଲ୍ଲା ପାଇଁ ଚନ୍ଦ୍ର ସାରଥି ବେହେରା, ମାଲକାନଗିରି ଜିଲ୍ଲା ପାଇଁ ଚନ୍ଦ୍ର ସାରଥି ବେହେରା, ବଲାଙ୍ଗିର ଜିଲ୍ଲା ପାଇଁ ସୁଶାନ୍ତ ସିଂ, ବୌଦ୍ଧ ଜିଲ୍ଲା ପାଇଁ ସୌଭାଗ୍ୟ ନାୟକ, କଟକ ଜିଲ୍ଲା ପାଇଁ ଉଷା ଦେବୀ, ଦେବଗଡ଼ ଜିଲ୍ଲା ପାଇଁ ସୁଶାନ୍ତ ସିଂ, ଢେଙ୍କାନାଳ ଜିଲ୍ଲା ପାଇଁ ବିଜୟ ନାଏକ, ଗଜପତି ଜିଲ୍ଲା ପାଇଁ ଅତନୁ ସବ୍ୟସାଚୀ ନାଏକ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରୀତିରଞ୍ଜନ ଘଡାଇ ନିଯୁକ୍ତ ହୋଇଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ଜିଲ୍ଲା ପାଇଁ ତୁଷାରକାନ୍ତୀ ବେହେରା, ନୟାଗଡ଼ ଜିଲ୍ଲା ପାଇଁ ପଦ୍ମନାଭ ବେହେରା, ନୂଆପଡ଼ା ଜିଲ୍ଲା ପାଇଁ ଦିବ୍ୟଶଙ୍କର ମିଶ୍ର, ପୁରୀ ଜିଲ୍ଲା ପାଇଁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୁରୀ ଜିଲ୍ଲା ପାଇଁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାୟଗଡ଼ା ଜିଲ୍ଲା ପାଇଁ ଅତନୁ ସବ୍ୟସାଚୀ ନାଏକ, ସମ୍ବଲପୁର ଜିଲ୍ଲା ପାଇଁ ନଳିନୀକାନ୍ତ ପ୍ରଧାନ ଓ ସୋନପୁର ଜିଲ୍ଲା ପାଇଁ ପ୍ରଦୀପ ଅମାତଙ୍କୁ ନିଯୁକ୍ତି ଦେଇଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories