www.samajalive.in
Sunday, December 7, 2025
23.1 C
Bhubaneswar

ବିଜୁ ଜନତା ଦଳ ସାଙ୍ଗଠନିକ ବୈଠକ

ସମ୍ବଲପୁର : ସମ୍ବଲପୁର ସ୍ଥିତ ସିଟି ପ୍ୟାଲେସରେ ବିଜୁ ଜନତା ଦଳର ସମ୍ବଲପୁର ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରେଢ଼ାଖୋଲର ବିଧାୟକ ତଥା ସମ୍ବଲପୁର ଜିଲ୍ଲା ସଭାପତି ଇଂ ରୋହିତ ପୁଝାରି, ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ପୂର୍ବତନ ବିଧାୟିକା ଡ଼ା. ରାସେଶ୍ୱରୀ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ଆର୍ତତ୍ରାଣ ମିଶ୍ର, ବିଜୟ ମହାନ୍ତି, ବିଶାଳ ଦାସ, ସଂଜୀତ ମହାନ୍ତି ଉପସ୍ଥିତ ରହି ତାଙ୍କର ମତବ୍ୟକ୍ତ କରିଥିଲେ। ଏଥିରେ ମହାନଗର ନିଗମର ପ୍ରତ୍ୟେକ ୱାର୍ଡରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି ଓ ରାଜ୍ୟ ଯୁବ ବ୍ୟାପାର ଅଧକ୍ଷ କୁନାବିହାରୀ ଦାସ ଉପସ୍ଥିତ ରହି ଆଗାମୀ ଦିନରେ କର୍ମୀ ମାନଙ୍କୁ ନିଜ ନିଜର ୱାର୍ଡ ଗୁଡିକରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଥିଲେ। ପୂର୍ବତନ ବିଧାୟିକା ଡ଼ା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ସମ୍ବଲପୁର ବିକାଶ ର ଚିନ୍ତାଧାରାକୁ ଆଗକୁ ବଢ଼ାଇ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ୨୦୧୯ ନିର୍ବାଚନରେ ଆମେ ଯେଉଁ ଶିକ୍ଷା ପାଇଥିଲେ, ତାହାକୁ ଅନୁସରଣ କରି ଯଦି ଏକତ୍ରିତ ହୋଇ କାମ କରିବା ତେବେ ସମ୍ବଲପୁରର ବିକାଶ ପୁଣି ଗଢ଼ି ଉଠିବ ବୋଲି ମତାମତ ଦେଇ ଥିଲେ। ଏହି ବୈଠକରେ ଜିଲ୍ଲା ମହିଳା ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ର, ଜିଲ୍ଲା ଛାତ୍ର ସଭାପତି ଶୁଭ୍ରାଶୁ ପାଢ଼ୀ, ଜିଲ୍ଲା ଉପ ସଭାପତି ଦେବାଶିଷ ନନ୍ଦ, ଅଶୋକ ମହାକୁର, ବସନ୍ତ ମିଶ୍ର, ମହିଳା ଜନତା ଦଳ ର ଉଷା ପ୍ରଧାନ, କବିତା ପୁରୋହିତ, ସିପ୍ରା ମହାନ୍ତି, କଳ୍ପନା ମିଶ୍ର, ସବିତା ଆଚାର୍ଯ୍ୟ, ମିତାଲି ସାହୁ, ଅନିତା ନାୟକ,କଳ୍ପନା ବେହେରା, ଶାନ୍ତିଲତା ସ୍ୱାଇଁ ଓ ବିଜୁ ଜନତା ଦଳର ଭୋଲା ଶଙ୍କର ମହତ୍ତମ,ସୁରେନ୍ଦ୍ର ବିଶ୍ୱାଳ, ତରଣୀ ସେନ ଚାନ୍ଦ, ରମାକାନ୍ତ ସାହୁ ନିଶାନ୍ତ ବହିଦାର,ଅମିତାଭ ପରିଡା, ଲିଙ୍ଗରାଜ ପରିଡା ଉପସ୍ଥିତ ଥିଲେ। ଶେଷରେ ମହିଳା ମହାନଗର ସଭାନେତ୍ରୀ ଡ଼ ସଂଯୁକ୍ତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories