www.samajalive.in
Saturday, December 6, 2025
14.1 C
Bhubaneswar

ବିଜେଡି ପକ୍ଷରୁ ଜୋରସୋର ପ୍ରଚାର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ‘କ’ ଜୋନରେ ପ୍ରମୁଖ ୫ଟି ଦଳ ବିଜେଡି, ବିଜେପି, କଂଗ୍ରେସ, ବହୁଜନ ସମାଜ ପାର୍ଟି, ସ୍ୱାଧୀନ ପାର୍ଟିର ଜିଲାପରିଷଦ ପ୍ରାର୍ଥୀ ପାଇଁ ପ୍ରଚାର ପ୍ରସାର ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି । ସବୁ ଦଳଠାରୁ ବିଜେଡି ଦଳ ଆଗୁଆ ଜୋରସୋରରେ ପ୍ରଚାର ଚଳାଇଛି । ଆଜି ବିଜେଡି ଦଳ ପକ୍ଷରୁ ସିଙ୍ଗାରି ପଞ୍ଚାୟତରେ ଧୁମଧାମରେ ‘କ’ ଜୋନର ଜିଲାପରିଷଦ ପ୍ରାର୍ଥୀ ବି ୱାରାପ୍ରସାଦ ରାଓ, ସରପଞ୍ଚ ପ୍ରାର୍ଥିନୀ ନାଲା ପେରପକା, ସମିତି ସଭ୍ୟ ପ୍ରାର୍ଥିନୀ ଅମ୍ରିତା କାଡ୍ରାକା, ୱାର୍ଡ ସଦସ୍ୟଙ୍କୁ ନେଇ ଉକ୍ତ ପଞ୍ଚାୟତର ପ୍ରତ୍ୟେକ ଗାଁର ଘରଘର ବୁଲି ଭୋଟରଙ୍କୁ ମୁଣ୍ଡିଆ ମାରି ନିଜ ନିଜ ପ୍ରାର୍ଥୀଙ୍କ ଚିହ୍ନ ଦେଇ ଏଥିରେ ମୋହର ମାରି ଜିତାଇବାକୁ କହି ବୁଲୁଥିବା ଦେଖିବାକୁ ମିଳିଛି ।

ଏଥିରେ ବିଜେଡି ଦଳର ବ୍ଲକ ସଭାପତି ସୁନ୍ଦରାଓ ବାଗ, ସାଂସଦ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରଘୁନାଥ କୁରୁଡ଼ିଆ, ଅଭିରାମ ଟେଣ୍ଟବାରିଆ, ଭୀମସେନ ବାଗ, କିଶୋର ଚନ୍ଦ୍ର ପାଢ଼ୀ, ସମେତ ବହୁ ସଂଖ୍ୟକ ବିଜେଡି କର୍ମୀ, ନେତା ପ୍ରମୁଖ ବାଇକ ରାଲି କରି ଜୋରସୋରରେ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳରେ ଆସାହି ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଭୋଟରମାନେ ସିନ୍ଦୁର ତିଳକ ଲଗାଇ ଫୁଲମାଳ ପକାଇ ସ୍ୱାଗତ କରିଛନ୍ତି । ଉକ୍ତ ପଞ୍ଚାୟତର ସିନ୍ଧିପଦର, ସିଙ୍ଗାରି, ଖରଯୋଡ଼ା, ନରିଙ୍ଗିତୋଳା, କରଞ୍ଜ।, କାଙ୍ଗସିରି ପ୍ରମୁଖ ଗାଁ ବୁଲି ପ୍ରଚାର କରିଛନ୍ତି । ଏ ବିଷୟରେ ବିଜେଡି ବ୍ଲକ ସଭାପତି ସୁନ୍ଦର ରାଓ ବାଗ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ବର୍ଷ ଶାସନ କରି ଲୋକଙ୍କୁ ଜନ୍ମଠାରୁ ମୃତ୍ୟୁ ପର୍ୟ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି । ଏଭଳି ଯୋଜନା କରିଥିବାରୁ ଭୋଟରମାନେ ପୁଣି ଭାରତୀୟ ଜନତା ପାର୍ଟିକୁ ଭୋଟ ଦେଇ ଜୟଯୁକ୍ତ କରିବୁ ବୋଲି କହିଛନ୍ତି । ବାକି ରହିଥିବା କାର୍ୟ୍ୟଗୁଡିକ ପୂରଣ କରାଯିବ ବୋଲି ବ୍ଲକ ସଭାପତି ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories