ବିଜେଡିରେ ମିଶିଲେ ଶତାଧିକ ଆଇଏନ୍‍ଟିୟୁସି କର୍ମକର୍ତ୍ତା

0

ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନବଗଠିତ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ଶୋଭାଯାତ୍ରା କ୍ୟାପିଟାଲ୍‍ ହସ୍ପିଟାଲ ଛକରୁ ବାହାରି ନବୀନ ନିବାସରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରା ଅବସରରେ ଆଇଏନ୍‍ଟିୟୁସିରୁ ଶତାଧିକ କର୍ମକର୍ତ୍ତା ଇସ୍ତଫା ପ୍ରଦାନ କରି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ ହୋଇଥିଲେ। ବିଦ୍ୟୁତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ସପ୍ତମ ଅର୍ଥ କମିଶନ ସୁପାରିସ କ୍ରମେ ୧୦ମ ମଜୁରୀ ବୋର୍ଡ ଜରିଆରେ ବିଦ୍ୟୁତ ବିଭାଗର ସହାୟକଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ଅଧିକାରୀ ପର୍ଯ୍ୟନ୍ତ ଦରମା ବୃଦ୍ଧି କରିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯାହାଫଳରେ ପ୍ରତ୍ୟେକ କର୍ମଚାରୀ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଦରମା ବୃଦ୍ଧି ୧୦ମ ମଜୁରୀ ବୋର୍ଡ ଜରିଆରେ ପାଇବାକୁ ସକ୍ଷମ ହେବେ। ଏଥିପାଇଁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାସଂଘର ଉପଦେଷ୍ଟା ବିଧାୟକ ଦେବାଶିଷ ସାମନ୍ତରାୟ, ସାମ୍ମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ,ମହାସଚିବ ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply