www.samajalive.in
Friday, December 5, 2025
20.1 C
Bhubaneswar

ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଆଜି ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନୂତନ ଭାବେ ମନୋନିତ ହୋଇଥିବା ବ୍ଳକର ଯୁବ ସଭାପତି କୁମୁଦ ଚନ୍ଦ୍ର ମଲିକ, ଉପସଭାପତି ସାମସିଙ୍ଗ୍‍ ଭୁକ୍ତା, ବ୍ଳକ ଛାତ୍ର ସଭାପତି ଦେବବ୍ରତ ବିଶୋୟୀ, ଛାତ୍ର ସଂପାଦକ ପ୍ରମୋଦ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଜେଡ଼ିର ବ୍ଳକ ସଭାପତି ତଥା ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବ୍ଳକ ସଂପାଦକ ଭାଗ୍ୟବାନ ବେହେରା, ସଭାନେତ୍ରୀ ଅନିତା ମଲିକ, ନୂଆଗାଁ ବ୍ଳକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଅଚ୍ୟୁତ ପାତ୍ର, ଗଦାଧର କହଁର, ମାଧୁରୀ ନାଏକ, ଭୀମସେନ ପ୍ରଧାନ, ଯାଦବ ପ୍ରଧାନ, ଉପେନ୍ଦ୍ର କୁମାର ସାହୁ ଓ ନୂଆଗାଁ ବ୍ଳକର ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories