www.samajalive.in
Sunday, December 7, 2025
26.1 C
Bhubaneswar

ବିଜେଡିରେ ଯୋଗଦେଲେ ବରିଷ୍ଠ ରାଜନେତା ଅରୁଣ ଦେ

ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ତତ୍ପରତା ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରମୁଖ ରାଜନୈତିକ ଦଳରେ ବିଭିନ୍ନ ଦଳର କର୍ମୀ ଓ ନେତାମାନଙ୍କୁ ନେଇ ଚାଲିଛି ମିଶ୍ରଣ ପର୍ବ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ମଧ୍ୟ ଜାରି ରହିଛି। ବୁଧବାର ଦିନ ବାଲେଶ୍ୱର ସିଦ୍ଧି କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ମହାମିଶ୍ରଣ ପର୍ବରେ ବରିଷ୍ଠ ରାଜନେତା ଅରୁଣ ଦେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି। ତାଙ୍କ ସହିତ କଂଗ୍ରେସ ଦଳର ବହୁ ସକ୍ରିୟ ବରିଷ୍ଠ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ୟ୍ୟବେକ୍ଷକ ପ୍ରତାପ ଜେନା, ଆଳି ବିଧାୟକ ପ୍ରତାପ ଦେବ, ବଡ଼ମ୍ବା ବିଧାୟକ ଦେବୀ ମିଶ୍ର, ଜିଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀକୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଅରୁଣ ଦେଙ୍କ ବିଜେଡିରେ ମିଶ୍ରଣ ପରେ ଏବେ ବିଜେଡି ନିଜକୁ ଅଧିକ ସୁଦୃଢ ମନେ କରୁଛି। ଦଳରେ ଜଣେ ପୂର୍ବତନ ତଥା ଅଭିଜ୍ଞ ରାଜନେତା ସାମିଲ ହୋଇଥିବାରୁ ଦଳ ଫାଇଦାରେ ରହିବ ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ଦେ ୫ ଥର ବିଧାୟକ ହୋଇ ଜିଲାରେ ବେଶ ଚର୍ଚ୍ଚିତ ଚେହେରା ଭାବେ ପରିଗଣିତ ହୋଇଥାନ୍ତି। ସ୍ୱାସ୍ଥ୍ୟାବସ୍ଥା ନେଇ ଏବେ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହିଥିଲେ ବି ତାଙ୍କର ରଣନୀତିରେ ବିଜେଡି ଫାଇଦା ନେବାକୁ ନିଶ୍ଚିତ ଚେଷ୍ଟା କରିବ। ବିଶେଷ କରି ପୂର୍ବ ଅଭିଜ୍ଞତାରୁ କେଉଁ ଅଞ୍ଚଳରେ କେଉଁ ଗୋଟି ଚାଳନା କଲେ ଲୋକ ସମର୍ଥନ ମିଳିବ ସେଥିରେ ସେ ଧୂରନ୍ଧର। ସେ ୧୯୭୪ ମସିହାରେ ସିପିଆଇ ପକ୍ଷରୁ ନିର୍ବାଚନ ଲଢ଼ି ଜିତିଥିଲେ। ପୁଣି ୧୯୮୦ ମସିହାରେ ମଧ୍ୟ ସେହି ଦଳ ପକ୍ଷରୁ ନିର୍ବାଚନ ଲଢ଼ି ଜିତିଥିଲେ। ୧୯୯୦ ମସିହାରେ ଜନତା ଦଳ ସମର୍ଥନରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଥିଲେ। ପୁଣି ୯୫ ମସିହାରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଜିତିଥିଲେ। ଶେଷଥର ପାଇଁ ୨୦୦୪ ମସିହାରେ ଓଡ଼ିଶା ଗଣ ପରିଷଦ ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଥିଲେ। ତାଙ୍କର ଦୀର୍ଘ ଅଭିଜ୍ଞତାରୁ ନିଶ୍ଚିତ ବିଜେଡି ଫାଇଦା ନେବ ବୋଲି ଚର୍ଚ୍ଚା ହେଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories