www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱନାଥ ମିଶ୍ରଙ୍କ ୧୪୩ ତମ ଜୟନ୍ତୀ ପାଳିତ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ତହସିଲ ପରିସରରେ ବିଶ୍ୱନାଥ ମିଶ୍ରଙ୍କ ୧୪୩ ତମ ଜୟନ୍ତୀ ଆଇନଜିବୀ ସଂଘ ପକ୍ଷରୁ ସୋମବାର ପାଳିତ ହୋଇଯାଇଛି। ଏଥିରେ ସତ୍ୟବାଦୀ ଆଇନଜୀବୀ ସଂଘ ସଭାପତି ଭଗବାନ ରଥ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ସ୍ୱର୍ଗତ ରଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ସ୍ରୁତିଚାରଣ ପରେ ସଭା ଆରମ୍ଭ ହୋଇ ଥିଲା । ଆଇନଜିବୀ ଅଞ୍ଜନ କୁମାର ହୋତା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ତହସିଲଦାର କ୍ଷିରୋଦ କୁମାର ବେହେରା ଆଇନଜିବୀ ଅମର ନନ୍ଦ, ଆଇନଜିବୀ ରାମଶଙ୍କର ନନ୍ଦ, ଆଇନଜିବୀ ଉପେନ୍ଦ୍ର ବିଶ୍ୱାଳ ପ୍ରମୁଖ  ବିଶ୍ବନାଥ ମିଶ୍ରଙ୍କ ଉତ୍କଳ ପ୍ରଦେଶ ଗଠନରେ ସକ୍ରୀୟ ଅଂଶଗ୍ରହଣ କରିବା ସହିତ ତାଙ୍କର ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଆଇନଜିବୀ ସଂଘର ସମସ୍ତ ସଦସ୍ୟଙ୍କ ସହିତ ସ୍ୱର୍ଗତ ମିଶ୍ର ଙ୍କ ବଂଶଜ ସୂର୍ଯ୍ୟ କୁମାର ମିଶ୍ର ଯୋଗଦେଇ ଥିଲେ। ସଂଘ ସଂପାଦକ ପ୍ରଭାକର ମିଶ୍ର ଧନ୍ୟବାଦ ଦେଇଥିଲେ ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories