ଗୋପାଳପୁର: କଟକ ଭିଜିଲାନ୍ସର ଏକ ୧୨ ଜଣିଆ ଟିମ୍ ପକ୍ଷରୁ ରବିବାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସରକାରୀ ବାସଭବନ ସମେତ ତାଙ୍କ ନିକଟତର ଅନେକ ଲୋକଙ୍କ ଘରେ ଚଢ଼ାଉ ସହ ଯାଞ୍ଚ କରାଯାଇଛି। ଏହି କ୍ରମରେ ରବିବାର ପ୍ରଦୀପଙ୍କ ଭୂବନେଶ୍ବରରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ତଥା ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାର ଠାରେ ଭଡ଼ାଘରେ ରହୁଥିବା ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ଘରେ ସକାଳ ୭ ଟା ରୁ ସନ୍ଧ୍ୟା ସାଢ଼େ ଛଅଟା ପର୍ଯ୍ୟନ୍ତ ଏକ ୪ ଜଣିଆ ଟିମ ଡିଏସପି ଅନୁପମା ମହାପାତ୍ର ଙ୍କ ନେତୃତ୍ବରେ ଯାଞ୍ଚ କରିଥିଲେ। ଯାଞ୍ଚରେ ସାମିଲ ଥିବା ଅନୁପମା ମହାପାତ୍ର ଯାଞ୍ଚ ନେଇ କୈାଣସି ସୂଚନା ଦେଇନାହାନ୍ତି। ଅପରପକ୍ଷରେ ଡ୍ରାଇଭର ପ୍ରଶାନ୍ତଙ୍କ ସୂଚନା ମୁତାବକ ବିଧାୟକଙ୍କ ପକ୍ଷରୁ ଟାଟା ଚାକିରି ଦେବା ନେଇ କରାଯାଇଥିବା ଠକେଇ ନେଇ ପଚାରିବା ସହ କେତେକ ନଥିପତ୍ର ଯାଞ୍ଚ କରିଥିଲେ।
ଏଥିସହ ଅନ୍ୟ ଏକ ଟିମ କୁଶସ୍ଥଳୀ ଠାରେ ରହୁଥିବା ବ୍ରହ୍ମପୁର ସିଟି କଲେଜ ର ପୂର୍ବତନ ଅଧ୍ୟକ୍ଷ କମ୍ଭୁପାଣି ସାହୂ ଙ୍କ ଘରେ ଭିଜିଲାନ୍ସ ଇନିସିପେକ୍ଟର ଅନୁପମା ସାହୁ ଙ୍କ ସମେତ ୪ ଜଣିଆ ଟିମ ଓ ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ଯାଞ୍ଚ ସହହବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ଏହା ସହ କମ୍ଭୁପାଣିଙ୍କ ସମ୍ପର୍କୀୟ ତଥା ନରେନ୍ଦ୍ର ପୁରରେ ରହୁଥିବା ହରେକୃଷ୍ଣ ସାହୁ ଓ ମଦନ ପାଣିଗ୍ରାହୀ ଏବଂ ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ଗୋବିନ୍ଦପୁର ଫାର୍ମ ହାଉସ ସମେତ ରଘୁନାଥ ପୁର ଠାରେ ଥିବା ବାସଭବନରେ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ଅନ୍ୟ ପଟେ ଭିଜିଲାନ୍ସର ଏହି ଯାଞ୍ଚ ପ୍ରକ୍ରିୟା ନେଇ ଖବୟ ପ୍ରଚାରିତ ହେବା ପରେ ଗୋପାଳପୁର ଅଞ୍ଚଳରେ ରହୁଥିବା ବିଧାୟକଙ୍କ ନିକଟତମ ତଥା ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଙ୍କ ମଧ୍ୟରେ ଛନକା ପସିଥିବା ବେଳେ ଅନେକ ଏହାକୁ ବିଧାୟକଙ୍କୁ ଗୋପାଳପୁର ରାଜନୀତି ଠାରୁ ଦୂରେଇ ରଖିବାକୁ ଏକ ପ୍ରୟାସ ବୋଲି ଆଲୋଚନା କରୁଛନ୍ତି।



