www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ ରାଜପଥ କଡ଼ରେ ବିଦେଶୀ ବଗଙ୍କ ସମାଗମ

ରେଙ୍ଗାଲିକ୍ୟାମ୍ପ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସୁଖିଯାଇଛି ନଈ, ନାଳ, ପୋଖରୀ । ମଣିଷ ଠାରୁ ସମସ୍ତ ପଶୁପକ୍ଷୀ ପାଣି ପାଇଁ କଲବଲ। ବଣ ଜଙ୍ଗଲ ଭିତରେ ଥିବା ଛୋଟ ବଡ଼ ଗାଡିଆ ମଧ୍ୟ ଶୁଖିଯାଇଛି । ଫଳରେ ବଣୁଆ ପଶୁ ପକ୍ଷୀ ପାଣି ମୁନ୍ଦିଏ ପାଇଁ ଦୂର ଦୁରନ୍ତ ପର୍ଯ୍ୟନ୍ତ ଯାଉଛନ୍ତି । ଜଳ ବିନା ଜୀବନ ସମ୍ଭବ ନୁହେଁ। ମଣିଷ ବିକଳ୍ପ ବ୍ୟବସ୍ଥା କରି ନିଜର ଆବଶ୍ୟକତା ପୂରଣ କରିବାର ବାଟ ଖୋଜିନିଏ। ହେଲେ ନିରୀହ ପଶୁ ପକ୍ଷୀ ମାନଙ୍କର ଏହି ସାମର୍ଥ୍ୟ ନାହିଁ। ତେଣୁ ସେମାନେ ପାଣିର ସନ୍ଧାନରେ କାହିଁ କେତେ ଦୂର ପର୍ଯ୍ୟନ୍ତ ଉଡ଼ିଯାଇଥନ୍ତି। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଅତାବିରା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ କଡ଼ରେ। ଦୁଇ ଦିନ ପୂର୍ବେ ପ୍ରଥମ ଅସରା ବର୍ଷା ହେବା ପରେ ଜାତୀୟ ରାଜପଥ କଡ଼ରେ ରହିଥିବା କିଛି ଖାଲୁଆ ସ୍ଥାନରେ ପାଣି ଜମି ରହିଛି । ସେଇ ପାଣି ପିଇବା ପାଇଁ ଅନେକ ଦୂରରୁ ବଗ ମାନେ ଆସି ସମ୍ମିଳିତ ହେଉଛନ୍ତି। ସକାଳୁ ସକାଳୁ ଅନେକ ପ୍ରଜାତିର ବଗଙ୍କୁ ଦୁଇ ଦିନ ହେଲା ଦେଖିବାକୁ ମିଳୁଛି । ପୂର୍ବଦିନରୁ ସେମାନେ ବୋଧେ ପାଣିର ସନ୍ଧାନରେ ବାହାରି ସକାଳେ ପହଞ୍ଚି ଯାଉଛନ୍ତି ଏଠି । ପାଣି ପିଇ ପୁଣି ଫେରି ଯାଇଥାନ୍ତି ତାଙ୍କର ନୀଡ଼କୁ । ପର ଦିନ ସକାଳେ ପୁଣି ପହଞ୍ଚି ନିଜର ତୃଷା ନିବାରଣ କରୁଛନ୍ତି। ଜାତୀୟ ରାଜପଥ କଡରେ ଜମିଥିବା ଏହି ଖାଲୁଆ ସ୍ଥାନ ଏହି ବଗ ମାନଙ୍କ ପାଇଁ ମୁଖ୍ୟ ପାନୀୟ ଜଳର ଉତ୍ସ ସାଜିଛି। ତେବେ ଏହି ଦୃଶ୍ୟ ଦେଖିଲେ ବେଶ୍ ଅନୁମାନ କରି ହେଉଛି ଏହି ନିରୀହ ଜୀବ ଜନ୍ତୁ କେତେ ହନ୍ତସନ୍ତ ହେଉଛନ୍ତି ଆମ ମଣିଷ ସମାଜ ପାଇଁ । ମଣିଷର ଆରାମ ଦାୟକ ଜୀବନ ଯାପନ ପ୍ରଣାଳୀ ଅନ୍ୟ ଜୀବ ଜନ୍ତୁଙ୍କ ଉପରେ କେତେ ପ୍ରଭାବ ପକାଉଛି। ତେଣୁ ସରକାରୀ ସ୍ତରରେ ହେଉ ବା ବେସରକାରୀ ହେଉ ଅବା ବ୍ୟକ୍ତିଗତ ଭାବରେ ହେଉ, ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ପାନୀୟ ଜଳର ବ୍ୟବସ୍ଥା ତାଙ୍କର ପ୍ରାକୃତିକ ବାସସ୍ଥାନ ନିକଟରେ କରିବା ଉଚିତ । ମଣିଷ ମାନଙ୍କ କିଛି ସମସ୍ୟା ହେଲେ ତାକୁ ଦୃଷ୍ଟିକୁ ଆଣି ତାର ସମାଧାନ ଦିଗରେ ନେତା, ମନ୍ତ୍ରୀ, ପଦାଧିକାରୀ ସମସ୍ତେ ଲାଗି ପଡନ୍ତି। କିନ୍ତୁ ଏଇ ଜୀବ ଜନ୍ତୁଙ୍କ ପ୍ରତି କାହାରି ଦୃଷ୍ଟି ପଡୁନି। ଏମାନଙ୍କ ପାନୀୟ ଜଳର ମଧ୍ୟ ସୁବିଧା କରାଗଲେ ଜୈବ ବିବିଧତା ଅକ୍ଷୁର୍ଣ୍ଣ ରହିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories