www.samajalive.in
Saturday, December 6, 2025
19.1 C
Bhubaneswar

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ

ହୀରାକୁଦ : ସୋମବାର ଠାରୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ହୀରାକୁଦ ୱାଇଲ୍ଡ ଲାଇଭ ଡିଭିଜନ ପକ୍ଷରୁ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ଡ୍ୟାମର ୫ଶହ ବର୍ଗ କି.ମି ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇ ଗଣନା କାର୍ଯ୍ୟ କରାଯାଉଛି। ପକ୍ଷୀ ଗଣନା ପାଇଁ ୩୨ଟି ଟିମ୍‌‌ରେ ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା ବନ ବିଭାଗ ମଧ୍ୟ ସାମିଲ ହୋଇଛନ୍ତି। ହୀରାକୁଦ ଡ୍ୟାମରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଗଣନା ହେବ ବୋଲି ଡିଏଫଓ ସୂଚନା ଦେଇଛନ୍ତି। ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗଣନା ପାଇଁ ବାଇନାକୁଲାର ଓ ଲାଇଫ ଜାକେଟ୍‌‌ ସହ ୩୨ଟି ମତ୍ସ୍ୟଜୀବୀ ଡଙ୍ଗା ସାମିଲ ହୋଇଛନ୍ତି। ଗତବର୍ଷ ୧୦୮ ପ୍ରଜାତିର ୩ଲକ୍ଷ ୧୬ହଜାର ବିଦେଶୀ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories