www.samajalive.in
Saturday, December 6, 2025
23.1 C
Bhubaneswar

ଚୀନରେ ବାର୍ଡ ଫ୍ଲୁ ; ଚାରି ବର୍ଷର ଶିଶୁ ସଂକ୍ରମିତ

ବେଜିଂ : ଚୀନରେ ପୁଣି କରୋନା ଭୂତାଣୁ କାୟା ବିସ୍ତାର କରିଥିବା ବେଳେ ବାର୍ଡ ଫ୍ଲୁ (H3N8 )ର ପ୍ରଥମେ ମଣିଷକୁ ସଂକ୍ରମିତ କରିଥିବା ଏକ ମାମଲା ସାମ୍ନାକୁ ଆସିଛି। ଚୀନର ସ୍ୱାସ୍ଥ୍ୟ ପ୍ରଶାସନ ଏନେଇ ମଙ୍ଗଳବାର ସୂଚନା ଦେଇଛି। ସ୍ୱାସ୍ଥ୍ୟ ପ୍ରଶାସନ ଅନୁଯାୟୀ, ହେନାନ ପ୍ରାନ୍ତର ଜଣେ ୪ ବର୍ଷୀୟ ଶିଶୁ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି। ଶିଶୁଟିର ଜ୍ୱର ସହ ଅନ୍ୟ କେତେକ ଲକ୍ଷଣ ଦେଖାଯିବା ପରେ ନମୁନା ପରୀକ୍ଷା କରାଯିବା ପରେ ଏହା ସ୍ପଷ୍ଟ ହୋଇଥିଲା। ବର୍ତ୍ତମାନ ଏହା ଅନ୍ୟ ଲୋକଙ୍କୁ ସଂକ୍ରମିତ ହେବାର ସମ୍ଭାବନା କମ ବୋଲି ସୂଚନା ମିଳିଛି।
ଏପ୍ରିଲ ପାଞ୍ଚ ତାରିଖରେ ମଧ୍ୟ ହେନାନ ପ୍ରାନ୍ତର ବାସ କରୁଥିବା ଉକ୍ତ ୪ ବର୍ଷ ଶିଶୁର ଜ୍ୱର ସହ ଅନ୍ୟ କିଛି ଲକ୍ଷଣ ଦେଖାଯାଇଥିଲା। ମାତ୍ର ଶିଶୁର ପରିବାରରେ ଅନ୍ୟ କୌଣସି ସଦସ୍ୟ ଏଥିରେ ସଂକ୍ରମିତ ହୋଇ ନଥିବା ଜଣାପଡିଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର କହିବାନୁଯାୟୀ, ଶିଶୁଟି ପୋଷା କୁକୁଡା ଓ କାଉଙ୍କ ସଂସ୍ପର୍ଶରେ ଆସିଥିଲା। ଏନଏଚସୀ ସୂଚନାନୁଯାୟୀ (H3N8 ) ଘୋଡା,କୁକୁର ଓ ପକ୍ଷୀଙ୍କ ନିକଟରୁ ମିଳିଥିଲା ମାତ୍ର (H3N8 )ରୁ କୌଣସି ମଣିଷ ସଂକ୍ରମିତ ହେବା ଏକ ପ୍ରଥମ ମାମଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories