www.samajalive.in
Saturday, December 6, 2025
14.1 C
Bhubaneswar

ପାତାଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ କୋଟସମଲାଇ ସ୍ଥିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର “ପାତାଳୀ ଶ୍ରୀକ୍ଷେତ୍ର” ଠାରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ମହା ଦିବ୍ୟସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଦ୍ୟ ସକାଳ ୫ ଟା’ରେ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା । ତାପରେ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ ରତ୍ନ ସିଂହାସନରୁ ଅବତରଣ କରାଯାଇଥିଲା। ସକାଳ ୮ ଟା’ରେ ମଙ୍ଗଳାର୍ପଣ ଓ ବେଶ କରାଯାଇଥିଲା। ପରେ ଶ୍ରୀଜୀଉମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରାଯାଇଥିଲା। ପୂର୍ବରୁ ରୀତିନୀତି ଅନୁସାରେ ପାହାଡ ପାଦ ଦେଶରେ ଥିବା ସୁନା କୂଅରୁ ଅଣାଯାଇଥିବା ପବିତ୍ର ଜଳକୁ ଚନ୍ଦନ, ଅଗୁରୁ, କର୍ପୁର, କେଶର ଆଦି ଦିବ୍ୟ ସୁବାସିତ ପଦାର୍ଥ ଦେଇ ମନ୍ତ୍ରପୂତ କରାଯାଇଥିଲା । ପୂଜାର୍ଚ୍ଚନା ପରେ ଶ୍ରୀ ବଳଭଦ୍ରଙ୍କୁ ୩୩, ଶ୍ରୀ ଜଗନ୍ନାଥଙ୍କୁ ୩୫, ଦେବୀ ସୁଭଦ୍ରାଙ୍କୁ  ୨୨ ଏବଂ ଶ୍ରୀ ସୁଦର୍ଶନଙ୍କୁ ୧୮ ରୂପା ପୂର୍ଣ୍ଣ କୁମ୍ଭ ଜଳରେ ମହାସ୍ନାନ କରାଯାଇଥିଲା। ତାପରେ ଶ୍ରୀଜୀଉମାନଙ୍କର ଦିବ୍ୟ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ଭୋଗ, ଆଳତୀ ପୂଜାର୍ଚ୍ଚନା ପରେ ଏହି ଦିବ୍ୟ ଦୁର୍ଲଭ ବେଶକୁ ଭକ୍ତଜନ ଦର୍ଶନ କରିଥିଲେ। ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ତାପରେ ଶ୍ରୀଜୀଉମାନଙ୍କୁ ଅଣସର ବିଜେ କରାଯାଇଥିଲା। ପ୍ରକାଶ ଥାଉ କି ଆଜି ଠାରୁ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ ନିଷେଧ ଅଛି। ସେବାୟତ ସଂଘର ସଭାପତି ଗୋପାଳ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ସେବାୟତ ରୀତିନୀତି ଅନୂପାଳନରେ ସହଯୋଗ କରିଥିଲେ। ପଣ୍ଡିତ ବିଶ୍ୱେଶ୍ୱର ପାଢ଼ୀ ଓ ଗୁଣାକର ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରି ଥିବାବେଳେ ଯଜ୍ଞାଚାର୍ଯ୍ୟ ପଣ୍ଡିତ ଦେବାର୍ଚ୍ଚନ ଦାଶ ଓ କର୍ତ୍ତା ଭାବରେ ଗଡତିଆ ଚମରା ଅମାତ୍ କାର୍ଯ୍ୟ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ସମ୍ପାଦନରେ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତା, ସେବାୟତ ସଂଘ, ପାତାଳୀ ସେନାର ସଦସ୍ୟମାନେ ସହଯୋଗ କରିଥିଲେ।
https://samajalive.in/powerful-rajyog-zodiac-sign/663901.html

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories