www.samajalive.in
Friday, December 5, 2025
20.1 C
Bhubaneswar

ଦିର୍ଘ ୨୫ ବର୍ଷ ପରେ ନିଜ ଗାଁରେ ପହଞ୍ଚିଲେ ବିରଜୁ କୁଲୁ, ପାକିସ୍ତାନ ଜେଲରେ କାଟୁଥିଲେ ବନ୍ଦୀ ଜୀବନ

ସୁନ୍ଦରଗଡ଼ : ନିଜ ଗାଁ ପରିବାରକୁ ଦିର୍ଘ ୨୫ ବର୍ଷ ପରେ ଦେଖିଛନ୍ତି ବିରଜୁ କୁଲୁ। ୨୫ ବର୍ଷ ତଳେ ନିଖୋଜ ହୋଇ ଯାଇଯାଇଥିଲେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ। ଗତବର୍ଷ ଜଣାପଡିଥିଲା କି ବିରଜୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା । ଏହାପରେ ସୁନ୍ଦରଗଡ଼ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଆଣିବା ଏକ ଟିମ୍ ପଞ୍ଜାବ ଅମୃତସର ଯାଇଥିଲେ। ଆଜି ଓଡିଶା ମାଟିରେ ପହଞ୍ଚିବା ପରେ ସୁନ୍ଦରଗଡ ଜିଲା ପ୍ରଶାସନ ପକ୍ଷରୁ ବରଜୁ କୁଲୁଙ୍କୁ କୁତ୍ରା ବ୍ଲକ ପରିସରରେ ସ୍ବାଗତ କରାଯାଇଥିଲା।

ଏହାପରେ ବିରଜୁ କୁଲୁଙ୍କ କିଛି ଗାଁ ଲୋକ ଏବଂ ପରିବାର ଲୋକ କୁତ୍ରା ବ୍ଲକ ପରିସରରେ ପହଞ୍ଚିଥିଲେ। ବ୍ଳକ ପରିସରରୁ ବିରଜୁ କୁଲୁଙ୍କ ତାଙ୍କ ଗାଁ କଟଙ୍ଗକୁ ନିଆଯାଇଛି। ବିରଜୁଙ୍କୁ ଦେଖିବା ପାଇଁ ତାଙ୍କ ଗାଁ ଲୋକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଅନ୍ୟପ​‌ଟେ ବିରଜୁ କୁଲୁଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯେପରି ରାସନ କାର୍ଡ, ଘର ଇତ୍ୟାଦି ଯୋଗାଇଦିଆଯିବ ବୋଲି ମଧ୍ୟ  କୁତ୍ରା ବ୍ଲକ ବିଡିଓ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ ଦିର୍ଘ ୨୫ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ତେବେ ସେ ପାକିସ୍ତାନ ଜେଲରେ ୨୦ ବର୍ଷ ଧରି ବନ୍ଦୀ ରହିଥିବା ଗତବର୍ଷ ଜଣାପଡିଥିଲା। ଯାହା ପରେ ତାଙ୍କୁ ଫେରାଇ ଆଣିବା ପାଇଁ ପକ୍ରିୟା ଆରମ୍ଭ ହୋଇଥିଲା।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories