www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍ଷାଧିକ ଟଙ୍କାର ଧଳାଜହର ଜବତ

ବିଞ୍ଝାରପୁର :  ବିଞ୍ଝାରପୁର ଥାନା ଅଞ୍ଚଳରେ ଧଳାଜହର କାରବାର ଚାଲିଥିବା ନେଇ କିଛି ଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଞ୍ଝାରପୁର ଥାନା ପୁଲିସ ଜଣେ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ହେବ ପଡୋଶୀ ଜିଲ୍ଲା ମାନଙ୍କରୁ କେତେକ ଅସାମାଜିକ ଯୁବକ ବିଭିନ୍ନ ସ୍ପୋର୍ସ ବାଇକରେ ଆସି ବିଞ୍ଝାରପୁର ଅଞ୍ଚଳରେ ଧଳାଜହର କାରବାର କରୁଛନ୍ତି। ଏମାନେ ବିଞ୍ଝାରପୁର ଅଞ୍ଚଳର ଏକାଧିକ ବ୍ୟବସାୟୀଙ୍କୁ ଧଳାଜହର ଯୋଗାଇଥାଆନ୍ତି। ବ୍ୟବସାୟୀ ମାନେ ବିଭିନ୍ନ ସ୍ଥାନରେ ଏହାକୁ ବିକ୍ରୀ କରିଥାନ୍ତି। ଏହି ଖବର ବିଶେଷ ସୂତ୍ରରୁ ପୁଲିସ ନିକଟରେ ପହଁଚିବା ପରେ ବିଞ୍ଝାରପୁର ଥାନା ଅଧିକାରିଣୀ ଅଶୁଂମାଳା ଦାସ ଏହି ଟିମକୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଶନିବାର ରାତିରେ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ଆଇଆଇସି ଦାସ କଏଣା ରଘୁନାଥପୁର ଅଞ୍ଚଳର ମୁଖ୍ୟ ରାସ୍ତାର ଅନତି ଦୂରରେ ଥିବା ଏକ ଇଟାଭାଟି ନିକଟରେ କିଛି ଯୁବକ ମୋବାଇଲ ଆଲୁଅରେ ରୁଣ୍ଡ ହୋଇଥିବା ଦେଖି ପୁଲିସ ଟିମ ସହ ସେଠାରେ ଚଢାଉ କରିଥିଲେ।
ଚଢାଉ ବେଳେ ପୁଲିସ ସେଠାରେ ଧଳାଜହର ସେବନ ଓ ବିକ୍ରୟ କରାଯାଉଥିବା ଜାଣିବାକୁ ପାଇଥିଲା। ବ୍ରାଉନସୁଗାର ବିକ୍ରେତା ରଘୁନାଥପୁର ଗ୍ରାମର କୁଷ ମଲ୍ଲିକଙ୍କ ପୁଅ କୈଳାସ ମଲ୍ଲିକ (୩୭)ଙ୍କୁ ଘଟଣାସ୍ଥଳରୁ ଗିରଫ କରିବା ସହିତ ତା ନିକଟରୁ ୭.୨୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ ବିଞ୍ଝାରପୁର ଥାନା ଅଧିକାରିଣୀ ଅଶୁଂମାଳା ଦାସ ଓ ପୁଲିସ ଟିମ । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୮ ହଜାର ବୋଲି ଜଣାପଡିଛି।
ଏହି ଘଟଣାରେ ଏକାଧିକ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ପରେ ସେମାନଙ୍କୁ ପୁଲିସ ଛାଡିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୈଳାସ ମଲ୍ଲିକକୁ ପୁଲିସ ଗିରଫ କରି ବିଞ୍ଝାରପୁର ଥାନା କେସ ନଂ ୧୩୯/୨୪ ଧାରା ୨୧ବି ଏନ.ଡି.ପି.ଏସ ଅନୁଯାୟୀ କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ପୁଲିସ ଅଧିକ ତଥ୍ୟ ସଂଗ୍ରହ ଓ ବ୍ୟବସାୟୀ ମାନଙ୍କୁ ଧରିବା ପାଇଁ ଲିଙ୍କ୍ ଖୋଜୁଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଓ ଗ୍ରାହକ ମାନଙ୍କୁ ପୁଲିସ ପଚରା ଉଚରା କରୁଛି। ତେବେ ବିଞ୍ଝାରପୁର ଥାନା ଗଠନ ପର ଠାରୁ ଏହା ପ୍ରଥମ ଧଳାଜହର ଜବତ ଓ ଅପରାଧି ଗିରଫ ଘଟଣା ବୋଲି ଜଣାପଡିଛି। ତେବେ ଏହାକୁ ନେଇ ଏବେ ବିଭିନ୍ନ ସ୍ଥାନରେ ମଧ୍ୟ ପୁଲିସ ଚଢାଉ କରୁଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories