www.samajalive.in
Saturday, December 6, 2025
16.1 C
Bhubaneswar

ଏନଏସି ଦାବିରେ ବାଲିଆପାଳ ବନ୍ଦ

ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳକୁ ଏନଏସି ମାନ୍ୟତା ଦାବିରେ ସ୍ବାଭିମାନୀ ବାଲିଆପାଳିଆ ମଞ୍ଚ ପକ୍ଷରୁ ୮ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା ଦିଆଯାଇଛି।ସକାଳ ୬ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଦୋକାନ ଛାଡି ଦେଲେ ସବୁ ବନ୍ଦ ରହିଛି। ବାଲିଆପାଳକୁ ଏନଏସି ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି ଦାବି କରିବା ପରେ ସର୍ଭେ କରାଯାଇ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ମାତ୍ର ଜୟନାରାୟଣ ମହାନ୍ତିଙ୍କ ପରେ ଏ ଅଞ୍ଚଳର କ୍ଷମତା ୨୦୦୪ ମସିହା ଠାରୁ ବିଜୁ ଜନତା ଦଳର ବିଧାୟକଙ୍କ ପାଖରେ ଦୀର୍ଘ ଦିନ ଧରି ରହିଆସିଛି। ଏନେଇ ବିଧାୟକ କିମ୍ବା ସରକାରୀ ଦଳର ନେତୃବୃନ୍ଦ କୈାଣସି ପଦକ୍ଷେପ ନେଇନାହାଁନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ୩୪ଟି ନୂଆ ଏନଏସି ଗଠନ ଘୋଷଣା ପରେ ପ୍ରବଳ ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଘୋଷଣାର ଦୁଇଦିନ ପରେ ପୁଣି ଆଉ ଏକ ଏନଏସି ଏହିଭଳି ୩୫ଟି ନୂତନ ଏନଏସି ଗଠନ ହେବାର ଘୋଷଣା କରାଯାଇଥିଲେ ମଧ୍ୟ ବାଲିଆପାଳକୁ ବାଦ ଦିଆଯାଇଛି। ଏନଏସି ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରହିଥିଲେ ମଧ୍ୟ ସରକାରଙ୍କ ବୈମାତୃକ ମନୋଭାବ ଏବଂ ସରକାରୀ ଦଳର ନେତୃବୃନ୍ଦଙ୍କ ନୀରବତା ଅଞ୍ଚଳବାସୀଙ୍କୁ ନିରାଶ କରିଛି। ସମସ୍ତ ଭିତ୍ତିଭୂମି ଥିବା ସତ୍ୱେ କାହିଁକି ବାଲିଆପାଳକୁ ଏନଏସି ଗଠନରୁ ବାଦ ଦିଆଗଲା , ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।ତେଣୁ ଏହାର ପ୍ରତିବାଦରେ ସ୍ବାଭିମାନୀ ବାଲିଆପାଳିଆ ମଞ୍ଚର ଆବାହକ ସତ୍ୟକାମ ମହାନ୍ତିଙ୍କ ନେତୃତ୍ବରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଜନସାଧାରଣ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories