www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ବାଇକ ଲୁଟେରା ଗିରଫ, ବାଇକ ଜବତ

ପାଟଣା: ପାଟଣା ଥାନା ଅଞ୍ଚଳରୁ କ୍ରମାଗତ ବାଇକ ଲୁଟରେ ସଂପୃକ୍ତ ଦୁଇ ବାଇକ ଲୁଟେରାଙ୍କୁ ଗିରଫ କରିଛି ପାଟଣା ପୁଲିସ । ଗିରଫ ଦ୍ବୟ ପଡୋଶୀ ଠାକୁରମୁଣ୍ଡା ଥାନା ଖୁଣ୍ଟାପଶିର ଶାନ୍ତି ଜ୍ୟୋତି ସିଂ(୨୮) ଓ ଭୀମସେନ ମାଝୀ (୨୮) ବୋଲି ଜଣାପଡିଛି । କିଛି ଦିନ ତଳେ ଧାନବେଣୀ ନିକଟରେ ରାସ୍ତା କଡରେ ବାଇକ ରଖି ବିଲ ଦେଖିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ବାଇକକୁ ଦୁଇ ଜଣ ଲୁଟେରା ଲୁଟି ନେଇ ଫେରାର ହୋଇଯାଉଥିବା ସମୟରେ ଟଭାସରୁଆ ଛକରେ ଲୋକେ ବାଇକଟିକୁ ଆଟକାଇବା ସମୟରେ ଦୁଇ ଲୁଟେରାଙ୍କ ମଧ୍ୟରୁ ଭିଡ ସୁଯୋଗରେ ଜଣେ ଲୁଟେରା ଫେରାର ହେବାର ସକ୍ଷମ ହୋଇଥିଲା । ବାଇକ ସହ କରଞ୍ଜିଆର ଜଣେ ଲୁଟେରାଙ୍କୁ ପାଟଣା ଥାନା ଜିମା ଦିଆଯିବା ପରେ ସଂପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ପୁନଶ୍ଚ ଗତ ୬ତାରିଖ ଗୋରାଣ୍ଡିଯୋଡିରୁ ଗୋଟିଏ ବାଇକ ଚୋରି ହେବାରୁ ପାଟଣା ଥାନା ଅଧିକାରି ସୋମନାଥ ଜେନାଙ୍କ ପକ୍ଷରୁ ଥାନା ସବ୍ଇନ୍ସପେକ୍ଟର ଅରୁପ କୁମାର ସାମଲ ଓ ସାହରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତଙ୍କୁ ନେଇ ଗୋଟିଏ ଟିମ ଗଠନ କରାଯାଇଥିଲା । ଅନୁସନ୍ଧାନ ପରେ ପୁଲିସ ଠାକୁରମୁଣ୍ଡା ଥାନା ଅଞ୍ଚଳ ଖୁଣ୍ଟାପଶି ର ଶାନ୍ତି ଜ୍ୟୋତି ସିଂ ଓ ଭୀମସେନ ମାଝୀଙ୍କୁ ପୁଲିସ ଗିରଫ କରିଛି । ଏମାନେ ୧୪ ଟି ବାଇକ ଲୁଚିଥିବା ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଥିବା ବେଳେ ଆଜି ଗିରଫ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories