www.samajalive.in
Saturday, December 6, 2025
26.1 C
Bhubaneswar

କ୍ରୀଡା ଏବଂ ସାହସିକତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

ଟୋକିଓ ଅଲିମ୍ପିକ୍ସରେ ସଫଳତାର ସହ ମୁକାବିଲା କରିଥିବା ଭାରତୀୟ ହକି ଡିଫେଣ୍ଡର ଅମିତ ରୋହିଦାସଙ୍କୁ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଅମିତଙ୍କୁ ୨ ଲକ୍ଷ ଟଙ୍କା ଏବଂ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି।

ଓଡିଶାର ଭେଟେରାନ୍ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀଙ୍କୁ ତାଙ୍କ ଜୀବନବ୍ୟାପି ସାଧନା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଦିଆଯାଇଛି ଓ ତାଙ୍କୁ ଏ ବାବଦକୁ ୩ ଲକ୍ଷ ଟଙ୍କା ଏବଂ ପ୍ରଶସ୍ତି ପତ୍ର ଦିଆଯାଇଛି। ପ୍ରଶିକ୍ଷଣରେ ଉତ୍କର୍ଷତା ପାଇଁ ବ୍ୟାଡମିଣ୍ଟନ୍ କୋଚ୍ ଶିବ ପ୍ରସାଦ ଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କୁ ୧ ଲକ୍ଷ ଟଙ୍କା ଏବଂ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ପୁଲିସ ଏଏସଆଇ ତ୍ରୈଲୋକ୍ୟନାଥ ପରିଡା ଚଳିତ ବର୍ଷର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇଛନ୍ତି। ତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର, ରୌପ୍ୟ ପଦକ ଏବଂ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି।

- Advertisement -

ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଥିବା କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ସମସ୍ତଙ୍କୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି। ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରଦର୍ଶନ କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ କହଛନ୍ତି, ଓଡିଶାରେ କ୍ରୀଡା ପାଇଁ ହକିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ ଏବଂ ଅମିତ ରୋହିଦାସଙ୍କୁ ରାଜ୍ୟରେ ହକି ବିକାଶରେ ସେମାନଙ୍କ ସହଯୋଗ ପାଇଁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ଓଡିଶାର କ୍ରୀଡ଼ା ମଡେଲକୁ ସାରା ଦେଶରେ ପ୍ରଶଂସା କରାଯାଇଛି। ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିବା ଜାତୀୟ ହକି ଦଳକୁ ସମର୍ଥନ କରିଥିବାରୁ ସମଗ୍ର ଦେଶ ଓଡିଶାକୁ ଭଲ ପାଏ। ଆମର ସହଭାଗୀତା ଏବଂ ଉଚ୍ଚ ପ୍ରଦର୍ଶନ ମଡେଲ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories