www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଆ ଜାତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ନିଜର ଭାଗ୍ୟ ନିଜେ ଗଢିବ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ‌ମିଟିଂ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲା ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ସମସ୍ତ ଯୁବ ଓ ଛାତ୍ରନେତା ଯୋଗ ଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ନିଜର ମତ ପ୍ରଦାନ କରିଥିଲେ । ଏବଂ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲାରେ ପର୍ଯ୍ୟାୟ କ୍ରମେ ଭର୍ଚୁଆଲ୍ ‌ମିଟିଂର ଆୟୋଜନ କରାଯିବ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ‌ମିଟିଂ‌ରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସଙ୍ଗଠ ନସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଯୁବ ଛାତ୍ର ନେତୃତ୍ୱକୁ ପ୍ରେରଣାତ୍ମକ ସାଙ୍ଗଠନିକ ମନ୍ତ୍ର ପ୍ରଦାନ କରିଥିଲେ ।

ଓଡ଼ିଆ ଜାତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ନିଜର ଭାଗ୍ୟ ନିଜେ ଗଢିବ, ଓଡ଼ିଆ ଜାତିର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା ବିଶ୍ୱରେ ଆହୁରି ଆଗକୁ ବଢିବଏବଂ ଯୁବ ଛାତ୍ର ନେତାମାନେ ସେବାବ୍ରତୀ ହୋଇ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ବିକାଶ ଦିଗରେ ଅହରହ କାର୍ଯ୍ୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜଭୁତ୍ ‌କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରଣବ ଦାସ ଜୟ ଜଗନ୍ନାଥ ଜୟ ନବୀନର ସ୍ଲୋଗାନ ଦେଇ ସମସ୍ତ ଯୁବ ଛାତ୍ର ନେତାଙ୍କୁ ଉତ୍ସାହିତ କରିଥିଲେ । ଏହି ଭର୍ଚୁଆଲ୍ ‌ମିଟିଂ‌ରେ ୪ଜିଲାରୁ ୨୯ ନିର୍ବାଚନ ମଣ୍ଡଳୀ, ୫୬ ବ୍ଲକ୍‌, ୧୩ଟି ଏନ୍‌ଏସି ଏବଂ ସମସ୍ତ ପଞ୍ଚାୟତର ଯୁବ ଛାତ୍ର ନେତାମାନେ ସାମିଲ୍ ‌ହୋଇଥିଲେ ।

- Advertisement -

ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ‌ମିଟିଂ‌କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories