www.samajalive.in
Saturday, December 6, 2025
26.1 C
Bhubaneswar

ଅସାମାଜିକଙ୍କ କବଜାରେ ବିଜୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ର 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ବିଜୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଟି ବ୍ୟବହାର ଅଭାବରୁ ଏବେ ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଥିବାର ଦେଖିବାକୁ ମିଳୁଛି । ଗତବର୍ଷ କରୋନା ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରଟିରେ ତାଲା ପଡି ରହିଥିବାବେଳେ ତାର ରକ୍ଷଣା ବେକ୍ଷଣ ଦାୟିତ୍ୱରେ କେହି ନଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଲ୍ଡିଂଟି ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ଦୀର୍ଘ ଦୁଇ ବର୍ଷରୁ ଉର୍ଧ୍ଵ ହେବ ଉକ୍ତ ବିଲ୍ଡିଂଟି ତାଲା ପଡି ରହିବା ଯୋଗୁଁ ତାଲିମକେନ୍ଦ୍ରଟିକୁ ମଦୁଆମାନେ କବଜା କରି ନେଇଛନ୍ତି । ଯେତେବେଳେ ଦକ୍ଷତା ବିକାଶ ତାଲିମ କେନ୍ଦ୍ର କାର୍ୟ୍ୟ କରୁଥିଲା ସେତେବେଳେ ଏହି କେନ୍ଦ୍ରରେ କେହି ଜଗୁଆଳି ବି ନଥିଲେ। ଏହି କେନ୍ଦ୍ରଟି ଏକ ନିଛାଟିଆ ପରିବେଶରେ ଥିବା ଯୋଗୁଁ ଏହା ମଦୁଆମାନଙ୍କୁ ବେଶ ସୁହାଉଛି। ଏହି କେନ୍ଦ୍ରର ମୁଖ୍ୟ ଦ୍ୱାର ସାମନାରେ ବହୁ ମଦ ବୋତଲ ପଡିରହିଥିବାର ଦେଖିବାକୁ ମିଳୁଛି । କେନ୍ଦ୍ରଟି ସବୁସମୟରେ ତାଲା ପଡି ରହୁଥିବା ଯୋଗୁଁ ମଦୁଆଙ୍କ ପାଇଁ ଏକ ନିରାପଦ ପରିବେଶର ସୁଯୋଗ ସୃଷ୍ଟି କରିଛି ।

ଏହି କେନ୍ଦ୍ରକୁ ଲାଗିରହିଛି ଆଦର୍ଶ ବିଦ୍ୟାଳୟ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର। ଉକ୍ତ ବିଦ୍ୟାଳୟ ଦୁଇଟିକୁ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଆସୁଥିବାବେଳେ ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଥିବା ଏହି ତାଲିମ କେନ୍ଦ୍ରଟି ଛାତ୍ରଛାତ୍ରୀମାନଙ୍କ ପାଇଁ କେତେ ସୁରକ୍ଷିତ ସେନେଇ ସ୍ଥାନୀୟ ଲୋକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଘରଟିର ଚାବି ଏବେ କାହା ପାଖରେ ଅଛି ଏବଂ କିଏ ଏହାର ଦାୟିତ୍ୱରେ ଅଛି ତାହା କେହି ଜାଣିପାରୁନାହାନ୍ତି । ଘର ତାଲା ଆଦୋୖ ଖୋଲା ଯାଉ ନଥିବା ଯୋଗୁଁ ତାହା ଗାଈ ଏବଂ କୁକୁରମାନଙ୍କର ଆଶ୍ରୟସ୍ଥଳି ପାଲଟିଛି । ଦୀର୍ଘ ବର୍ଷ ହେବ ତାଲା ପଡି ରହିଥିବା ଯୋଗୁଁ ଘର ଭିତରେ ଉଇ ହୁଙ୍କା ହୋଇ ଘର ଗୁଡିକ ନଷ୍ଟ ହୋଇଯିବଣି ବୋଲି ଅନୁମାନ କରାଯାଉଛି । ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories