www.samajalive.in
Thursday, December 11, 2025
18.1 C
Bhubaneswar

ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ

ତିଗିରିଆ :  ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ତିଗିରିଆ ବ୍ଲକ ବିଜୁ ଜନତା ଦଳ ତରଫରୁ ନିଜିଗଡ଼ସ୍ଥିତ ଦଳର କାର୍ୟ୍ୟାଳୟ (ମହାରାଜ କ୍ଲବ) ପରିସରରେ ପାଳିତ ହୋଇଯାଇଛି। ବ୍ଲକ ସଭାପତି ଅଜିତ ଧିରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ ଥିଲେ। ଏହି ଅବସରରେ ବିଜୁ ଜନତା ଦଳର ଉପସ୍ଥିତ ନେତା, କର୍ମୀ ଓ ନିର୍ବାଚିତ ଜନପ୍ରତିନିଧିମାନେ ବିଜୁ ବାବୁଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବିଭିନ୍ନ ଦେବାଳୟରେ ଦଳ ପକ୍ଷରୁ ସମୁହ ଦୀପଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗୀରଥୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ ଓ ସସ୍ମିତା ରାଉତ, ମହିଳା ମୋର୍ଚ୍ଚା ସଭାପତି ରୂପା ଦଳେଇ ପ୍ରମୁଖଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories