ସମାଜ ଲାଇଭ୍ ଡେସ୍କ : ବିହାର ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ୪୭.୬୨% ମତଦାନ ହୋଇଥିବା ସୂଚନା ରହିଛି । ଆଜି ଦ୍ଵିତୀୟ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ୨୦ ଜିଲାର ୧୨୨ଟି ନିର୍ବାଚନ ମଣ୍ଡଳିରେ ମତଦାନ ଚାଲିଛି । କିସନଗଞ୍ଜ ଜିଲାରେ ସର୍ବାଧିକ ୫୧.୮୬% ଓ ଗୟାରେ ଦ୍ଵିତୀୟ ସର୍ବାଧିକ ୫୦.୯୫% ମତଦାନ ହୋଇଛି । ସୁରକ୍ଷିତ ଭାବେ ନିର୍ବାଚନ ପରିଚାଳନା ପାଇଁ ବିହାର-ନେପାଳ ସୀମା ସଟ୍ଡ଼ାଉନ୍ କରାଯାଇଛି । ବିହାର ର ପ୍ରମୁଖ ଚେହେରା ଜିତନରାମ ମାଝୀ,ପପୁ ଯାଦବ ଭୋଟ୍ ଦେଇଛନ୍ତି ।



