www.samajalive.in
Saturday, December 6, 2025
15.1 C
Bhubaneswar

ଲୁଟେରା ଖସିବା ପରେ ମାଲିକ ଖାଇଲେ ମାଡ଼

ବିହାରର ନାଲନ୍ଦାରେ ଲୁଟର ଶିକାର ହୋଇଥିବା ଯୁବକକୁ ହିଁ ଲୁଟେରା ଭାବି ନିସ୍ତୁକ ମାଡ଼ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଉତ୍ତେଜନା ଥମି ନଥିଲା। ଲୋକେ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଲୁଟେରା ଲୁଟ କରି ଫେରାର ହୋଇଯାଇଥିଲେ। ସେହି ସମୟରେ ସ୍ଥାନୀୟଲୋକେ ଉକ୍ତ ବ୍ୟକ୍ତିଙ୍କୁ ହିଁ ଲୁଟେରା ଭାବି ନିସ୍ତୁକ ମାଡ଼ ମାରିଥିଲେ।
ଏହାପରେ ଯୁବକ ଜଣଙ୍କ କହିଥିଲେ, ସେ ନିଜ ଶ୍ୱଶୁର ଘରକୁ ଯିବା ସମୟରେ ଲୁଟର ଶିକାର ହୋଇଥିଲେ। ଲୁଟେରା ତାଙ୍କ ଠାରୁ ଲୁଟ ପରେ ବାଇକ ସହ ତାଙ୍କୁ ଖାଲରେ ପକାଇ ଦେଇଥିଲେ। ତେଣୁ ସେ ଭୟରେ ବୁଦା ନିକଟରେ ଲୁଚି ଥିଲେ। ମାତ୍ର ଗ୍ରାମବାସୀ ଭୁଲ ବୁଝି ତାଙ୍କୁ ହିଁ ଲୁଟେରା ଭାବି ମାଡ଼ ମାରିଥିଲେ। ପୁଲିସ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories