www.samajalive.in
Friday, December 12, 2025
16.1 C
Bhubaneswar

ପୂର୍ବତନ କୁଳପତି ହେଲେ ବିହାର ଶିକ୍ଷାମନ୍ତ୍ରୀ, ଶପଥ ନେଲା ପରେ ଦେଲେ ଇସ୍ତଫା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ ହୋଇଛି। ନୀତିଶ କୁମାରଙ୍କ ନବଗଠିତ ବିହାର ସରକାରରେ ଶିକ୍ଷା କ୍ଷେତ୍ରକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି। ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ବିହାର କୃଷି ବିଶ୍ବବିଦ୍ୟାଳୟ ଏବଂ ରାଜେନ୍ଦ୍ର କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ.ମେୱାଲାଲ୍‌ ଚୌଧୁରୀଙ୍କୁ ନୀତିଶ କୁମାର ତାଙ୍କର ନବଗଠିତ ମନ୍ତ୍ରୀମଣ୍ଡଳରେ ଶିକ୍ଷା ମନ୍ତ୍ରୀ ଭାବେ ସାମିଲ କରିଥିଲେ। ଆଜି ନୀତିଶ କୁମାରଙ୍କ ସରକାରରେ ଶପଥ ଗ୍ରହଣ କରିଥିଲେ। ନିତୀଶ ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିବା ପୂର୍ବତନ କୁଳପତି ଡ.ମେୱାଲାଲ୍ ଚୌଧୁରୀ ଭ୍ରଷ୍ଟାଚାର କାରଣରୁ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅନିୟମିତା ଅଭିଯୋଗରେ ଆଜି ନୀତିଶ ସରକାରରୁ ଇସ୍ତଫା ଦେଇଛନ୍ତି। ନିତୀଶଙ୍କୁ ସାକ୍ଷାତ କରିବା ପରେ ଅଚାନକ ଭାବେ ଡ.ମେୱାଲାଲ୍‌ ଚୌଧୁରୀ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତିଶ କୁମାରଙ୍କ ସରକାରରେ ଡ.ମେୱାଲାଲ୍‌ ଚୌଧୁରୀ ୩ ଦିନ ଶିକ୍ଷା ମନ୍ତ୍ରୀ ଦାୟିତ୍ବରେ ରହିବା ପରେ ଇସ୍ତଫା ଦେଇଥିଲେ।

ଗୁରୁବାର ଶିକ୍ଷାମନ୍ତ୍ରୀ ଭାବେ ଡ. ମେୱାଲାଲ ଚୌଧୁରୀ ପଦବୀ ଗ୍ରହଣ କରିଥିଲେ। ନିଜ ଆସନରେ ବସିବା ପୂର୍ବରୁ ଡ.ମେୱାଲାଲ୍‌ ଚୌଧୁରୀ କହିଥିଲେ ଯେ ଯେଉଁମାନେ ମୋତେ ଭ୍ରଷ୍ଟାଚାରୀ କହୁଛନ୍ତି ଓ ମୋ ସ୍ତ୍ରୀର ମୃତ୍ୟୁ ପାଇଁ ମୋତେ ଦାୟୀ କରୁଛନ୍ତି ସେମାନଙ୍କ ବିରୋଧରେ ମୁଁ ୫୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବି। ଆଜି ସେମାନଙ୍କ ନିକଟକୁ ଲିଗାଲ ନୋଟିସ୍ ପଠାଇବି। ସକାଳେ ସେ ଏଭଳି ପ୍ରତିକ୍ରିୟା ରଖିଥିବା ଡ.ମେୱାଲାଲ୍‌ ଚୌଧୁରୀ ସନ୍ଧ୍ୟା ନହେଉଣୁ ବିହାର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

- Advertisement -

 

ବିହାର କୃଷି ବିଦ୍ୟାଳୟରେ ଡ. ମେୱାଲାଲ୍ ଚୌଧୁରୀ କୁଳପତି ଥିବା ବେଳେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ ହୋଇଥିଲା। ଏହାପରେ ବିହାରରେ ଶାସନ କ୍ଷମତାରେ ଥିବା ଜେଡିୟୁ ତାଙ୍କୁ କୃଷି ବିଶ୍ବବିଦ୍ୟାଳୟ ପଦରୁ ବହିସ୍କୃତ କରିଥିଲା, ଯାହାକୁ ନେଇ ବିରୋଧୀ ସବୁବେଳେ ନିତୀଶଙ୍କୁ ଟାର୍ଗେଟ୍ କରୁଥିଲେ। ଆଜି ମଧ୍ୟ ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ଏକ ଟ୍ୱିଟ୍ କରି ଲେଖିଥିଲେ ଯେ ଯାହା ବିରୋଧରେ ନିଜେ ନିତୀଶ କୁମାର ହତ୍ୟା ଓ ଭ୍ରଷ୍ଟାଚାର ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ତାଙ୍କୁ ହିଁ ଶିକ୍ଷାମନ୍ତ୍ରୀ ପଦରେ ଅବସ୍ଥାପିତ କରିଛନ୍ତି। ତେଣୁ ବିହାରବାସୀଙ୍କୁ କି ଶିକ୍ଷା ମିଳିବ ତାହା ଏବେ ଠାରୁ ଜଣାପଡୁଛି।

ବିହାରର ତାରାପୁର ଆସନରୁ ଜେଡିୟୁ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ଡ.ମେୱାଲାଲ୍ ଚୌଧୁରୀଙ୍କୁ ନିତୀଶ କୁମାର ପ୍ରଥମ କ୍ୟାବିନେଟ୍‌ରେ ସାମିଲ କରିଥିଲେ। ରାଜନୀତିକୁ ଆସିବା ପୂର୍ବରୁ ୨୦୧୫ ପର୍ୟ୍ୟନ୍ତ ଡ. ଚୌଧୁରୀ ଭାଗଲପୁର ଠାରେ ଥିବା ବିହାର କୃଷି ବିଦ୍ୟାଳୟର କୁଳପତି ଥିଲେ । ୨୦୧୫ ରେ ସେ ଜେଡିୟୁ ଟିକେଟରୁ ବିଧାୟକ ଭାବେ ବିଜୟୀ ହେବା ପରେ ବିଧାନସଭାକୁ ଆସିଥିଲେ, କିନ୍ତୁ ବିଧାୟକ ହେବା ପରେ ସେ ନିଯୁକ୍ତ ଘୋଟାଲାରେ ଫସି ଯାଇଥିଲେ। ଏନେଇ ୨୦୧୭ ମସିହାରେ ସବୌର ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସେ କୋର୍ଟରୁ ଅନ୍ତରୀଣ ଜାମିନ ପାଇଥିଲେ ।

ସେହିପରି ମେୱାଲାଲ୍ ଚୌଧୁରୀଙ୍କ ପତ୍ନୀ ନୀତା ଚୌଧୁରୀ ବିହାର ରାଜନୀତିରେ ବେସ୍ ସକ୍ରିୟ ଥିଲେ। ସେ ଜେଡିୟୁର ମୁଙ୍ଗେର ମଣ୍ଡଳରେ ସଚେତକ ଥିଲେ । ୨୦୧୦-୧୫ ମଧ୍ୟରେ ନୀତା ଚୌଧୁରୀ ତାରାପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ମସିହାରେ ନିଜ ଘରେ ଗ୍ୟାସ୍ ସିଲିଣ୍ଡର ଫାଟିବା ଦ୍ବାରା ଗୁରୁତର ଭାବେ ପୋଡି ହୋଇଯାଇଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନୀତା ଚୌଧୁରୀଙ୍କର ମୃତ୍ୟୁ ହୋଇଥିଲା। ମେୱାଲାଲ୍‌ ଚୌଧୁରୀ ଗ୍ୟାସ୍‌ ସିଲିଣ୍ଡରରେ ନିଅଁା ଲଗାଇ ପତ୍ନୀ ନୀତା ଚୌଧୁରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories