www.samajalive.in
Thursday, December 11, 2025
15.1 C
Bhubaneswar

ଏନ୍‍ଏଲ୍‍ସି କୋଇଲା ଖଣିରେ ପୁଣି ଆନ୍ଦୋଳନ ; ଅନିର୍ଦ୍ଦିର୍ଷ୍ଟ କାଳ ପାଇଁ ଖଣି କାର୍ଯ୍ୟବନ୍ଦ କଲେ ଶ୍ରମିକ ସଙ୍ଗଠନ

ରେଙ୍ଗାଲି: କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବାରୁ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର ଆହ୍ୱାନ କ୍ରମେ ଗୁରୁବାର  ଖିଣ୍ଡା ପଞ୍ଚାୟତରେ ଥିବା ଏନ୍‍ଏଲ୍‍ସି କମ୍ପାନୀର ତଲାବିରା କୋଇଲା ଖଣି କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରମିକ ମାନେ ବନ୍ଦ କରିଦେଇଥିବା ଜଣାପଡ଼ିଛି। ବାହ୍ୟ ନିଯୁକ୍ତି ବନ୍ଦ କରି ସ୍ଥାନୀୟ ବେକାର ଯୁବକ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା। ରାଷ୍ଟ୍ରାୟତ୍ତ କୋଇଲା ଖଣିରେ ମିଳୁଥିବା ମଜୁରୀ ହାରରେ ଏଠାରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀ ମାନଙ୍କୁ ମଜୁରୀ ଏବଂ ଆନୁସଙ୍ଗିକ ସୁବିଧା ଦେବା। ସମାନ କାମ କୁ ସମାନ ମଜୁରୀ। ଖଣିରେ କାମ କରୁଥିବା ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଆଦି ଦାବି ନେଇ ସଂଘ ପକ୍ଷରୁ ଏକାଧିକ ଥର ଆନ୍ଦୋଳନ କରାଯାଇଥିଲା।

ଗତ ୯ତାରିଖ ଦିନ ଏସବୁ ଦାବି ପୂରଣ ପାଇଁ ସକାଲ ୧୦ ଟା ସମୟ ରୁ ଦିନ ୧ଟା ପର୍ଯ୍ୟନ୍ତ ଆନ୍ଦୋଳନ କରାଯାଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦାବି ପତ୍ର ପ୍ରଦାନ କରାଯାଇ ୧୮ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ୧୯ ତାରିଖରୁ ଖଣି ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କମ୍ପାନୀ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶ୍ରମିକ ମାନେ ଆଜି ଖଣି କାର୍ଯ୍ୟ ବନ୍ଦ କରିଦେଇଥିବା ଜଣାପଡ଼ିଛି।

- Advertisement -

ଆନ୍ଦୋଳନ ର ଖବର ପାଇ ଅଦାନୀ କମ୍ପାନୀର ଉପ-ସଭାପତି ପସନ୍ନ କୁମାର ପଣ୍ଡା,ମାନବ ସମ୍ବଳ ବିଭାଗ ମହା ପ୍ରବନ୍ଧକ ଅମର ସିଂ ଏବଂ ଠେଲକୋଲୋଇ ଆଇଆଇସି ପ୍ରକାଶ କୁମାର କର୍ଣ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନରତ ଶ୍ରମିକ ମାନଙ୍କୁ ବୁଝାସୁଝା କରି ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ପଧ୍ୟ କୌଣସି ସମାଧାନ ହୋଇ ପାରି ନଥିବାର ଜଣାପଡ଼ିଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories