www.samajalive.in
Monday, December 15, 2025
26.1 C
Bhubaneswar

ଦଶମ ପାସ୍ ସହ ସାଇକେଲ ଚଳାଇବା ଜାଣିଛନ୍ତି କି ? ମିଳିବ ଚାକିରି, ଦରମା ଏତେ…

ପାଟଣା, ୨୬ା୯: ଯଦି ଆପଣ ଦଶମ ପାସ୍ କରିବା ସହ ସାଇକେଲ ଚଳାଇବା ଜାଣିଛନ୍ତି ତେବେ ବିହାର ବିଧାନ ପରିଷଦରେ ଆପଣଙ୍କୁ ନିଯୁକ୍ତି ମିଳିପାରିବ। ବିହାର ବିଧାନସଭା ଡ୍ରାଇଭର ଓ ଅଫିସ ଆଟେଡାଣ୍ଟ ପାଇଁ ସମୁଦାୟ ୨୪ ପଦରେ ଭର୍ତ୍ତି ପାଇଁ ନୋଟିସ୍ ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀ ୨୯ ସେପ୍ଟେମ୍ବରରୁ ୨୦ ଅକ୍ଟୋବର ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ।

ଏହି ନିଯୁକ୍ତିରେ ୨୪ ପଦରୁ ୯ଟି ପୋଷ୍ଟ ଡ୍ରାଇଭର ପାଇଁ ଏବଂ ୧୫ ଅଫିସ ଆଟେଡାଣ୍ଟ ପାଇଁ ରଖାଯାଇଛି। ଉଭୟ ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ୧୦ମ ପାସ୍ ରଖାଯାଇଛି। ନିର୍ଦ୍ଧାରିତ ଯୋଗ୍ୟତା ଓ ପ୍ରକ୍ରିୟା ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ ଯେଉଁଥିରେ ସାଇକେଲ ଚଳାଇପାରିବା ବାଧ୍ୟତାମୂଳକ ରଖାଯାଇଛି।

- Advertisement -

ଡ୍ରାଇଭର ପାଇଁ ବେତନ ସ୍ତର-୨(୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା)ଏବଂ ଅଫିସ ଆଟେଡାଣ୍ଟ ପାଇଁ ବେତନ ସ୍ତର-୧(୧୮ ହଜାର ଟଙ୍କାରୁ ୫୬,୯୦୦ ଟଙ୍କା) ନିର୍ଦ୍ଧାରିତ ହୋଇଛି। ସବୁ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଛି। ଆବେଦନ ବିହାର ବିଧାନ ପରିଷଦର ଅଫିସିଆଲ ​‌େ​ୱବସାଇଟ୍ vidhanparishad.bihar.gov.in ମାଧ୍ୟମରେ କରିହେବ। ଆବେଦନ ପ୍ରକ୍ରିୟା ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories