www.samajalive.in
Monday, December 15, 2025
26.1 C
Bhubaneswar

ଦଳାଚକଟା ପଛରେ ସାଙ୍ଘାତିକ ଅବ୍ୟବସ୍ଥା

ସମାଜ ଡିଜିଟାଲ ଡେସ୍କ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସି ଜୀବନ ହରାଇଲେ ଶ୍ରଦ୍ଧାଳୁ। ଏହା କ’ଣ ଥିଲା ସେମାନଙ୍କର ନିୟତି ? ଦଳାଚକଟା ପାଇଁ ଦାୟୀ କିଏ ? କିଏ ଏତେ ବଡ଼ ଅଘଟଣର ଦୋଷ ମୁଣ୍ଡାଇବ ? ନା ବିନା କାରଣରେ ଘଟିଗଲା ଦଳାଚକଟା ? ଏମିତି ଅନେକ ପ୍ରଶ୍ନ ଆସୁଛି। ସରକାର କିନ୍ତୁ ତଦନ୍ତ ହେବ କହି କଥା ସାରିଦେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି, ଘଟଣା ସମୟରେ ପୁଲିସ ନ ଥିଲା। ଏସପି କହୁଛନ୍ତି ପୁଲିସ ମୁତୟନ ଥିଲେ। ତା’ ଅର୍ଥ ଦଳାଚକଟା ରୋକିବାରେ ପୁଲିସ ବିଫଳ ହୋଇଥିଲା। କେବଳ ଏତିକି ନୁହେଁ, ଏହି ବଡ଼ ଅଘଟଣ ପଛରେ ରହିଛି ସାଙ୍ଘାତିକ ଅବ୍ୟବସ୍ଥା, ଯାହାକୁ ପ୍ରଶାସନ ମାନିବାକୁ ନାରାଜ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଭୋର ୪ଟା ବେଳେ ପହୁଡ଼ ଖୋଲିବାରୁ ଦର୍ଶନ ପାଇଁ ଭିଡ଼ ହୋଇଥିଲା। ସେଥିପାଇଁ ଦଳାଚକଟା ହେଲା। କିଛି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ବଡ଼ଦାଣ୍ଡରେ ଜରି ପାଲ ପକାଇ ଶ୍ରଦ୍ଧାଳୁମାନେ ବସିଥିଲେ। ଝିପି ଝିପି ବର୍ଷା ହେବାରୁ ଜରିରେ ଗୋଡ଼ ଖସିବାରୁ ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ। ସେହିପରି ଭିଡ଼ ଭିତରକୁ ଚାରମାଳ ବୋଝେଇ ଟ୍ରକ ଆସିଯିବାରୁ ଲୋକେ ହଡ଼ବଡ଼େଇ ଯାଇଥିଲେ। ଯେଉଁଥିପାଇଁ ଧାଁଦଉଡ଼ କରିବାରୁ ଦଳାଚକଟା ହେଲା। ଏ ତ ଥିଲା ପ୍ରତ୍ୟକ୍ଷଦର୍ଶୀଙ୍କ କଥା। ଏହାବ୍ୟତୀତ ଆହୁରି ଅନେକ କିଛି କାରଣ ରହିଛି, ଯେଉଁଥିପାଇଁ ଅଘଟଣ ଘଟିଲା ବୋଲି କୁହାଯାଉଛି।

- Advertisement -

ଆମ ଖବରଦାତାଙ୍କ ସୂଚନା ଅନୁସାରେ, ରଥ ଚାରିକଡ଼ରେ କର୍ଡନ ବଡ଼ କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାନ ସଙ୍କୁଚିତ ହୋଇଥିଲା। ଯେଉଁଥିପାଇଁ ଅଳ୍ପ ଅଞ୍ଚଳରେ ଶ୍ରଦ୍ଧାଳୁମାନେ ଚଳପ୍ରଚଳ କରିପାରି ନ ଥିଲେ। ଭିଡ଼ ବଢ଼ିଥିଲା। ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ପୃଥକ ବାଟ ରଖାଯାଇ ନ ଥିଲା। ଶ୍ରଦ୍ଧାଳୁମାନେ ଯେଉଁ ବାଟେ ଯାଉଥିଲେ, ସେହି ବାଟେ ଫେରୁଥିଲେ। ଯାହାଫଳରେ ଶରଧାବାଲି ଜାମ୍ ହୋଇଯାଇଥିଲା। ଭୋର ୪ଟା ବେଳେ ଅନ୍ଧାର ଥିଲା। ସେଠାରେ ପ୍ରଶାସନ ପକ୍ଷରୁ କୌଣସି ଆଲୋକ ବ୍ୟବସ୍ଥା ବି କରାଯାଇ ନ ଥିଲା। ଶ୍ରଦ୍ଧାଳୁମାନେ କିଏ କେଉଁଆଡ଼େ ଯିବେ ତାହା ଜାଣିପାରି ନ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ପହୁଡ଼ କେତେବେଳେ ପଡ଼ିବ ଏବଂ କେତେବେଳେ ଖୋଲିବ ତାହା ଘୋଷଣା କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ତାହା କରାଯାଇ ନ ଥିଲା। ରଥ ସମ୍ମୁଖରେ ଶ୍ରଦ୍ଧାଳୁ ଶୋଇବା କିମ୍ବା ବସିବା ଅନୁଚିତ। ମାତ୍ର ସ୍ଥାନ ଅଭାବରୁ ଶ୍ରଦ୍ଧାଳୁମାନେ ରଥ ସମ୍ମୁଖରେ ଶରଧାବାଲିରେ ଶୋଇଥିବା ଦେଖାଯାଇଥିଲା। ଏସବୁ ଅବ୍ୟବସ୍ଥା ଯାଞ୍ଚ କରିବା ପ୍ରଶାସନର ଦାୟିତ୍ଵ ନ ଥିଲା କି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories