www.samajalive.in
Saturday, December 13, 2025
27.1 C
Bhubaneswar

ଭୁଟାନାରେ ଦ୍ୱିତୀୟ ପର୍ଯ୍ୟାୟ ଇ-ରୂପେ କାର୍ଡ଼ର ଶୁଭାରମ୍ଭ କଲେ ମୋଦୀ ଓ ଶେରିଙ୍ଗ୍‍

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍‍ ମିଳିତ ଭାବେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଇ-ରୂପେ କାର୍ଡ଼ର ଶୁଭାରମ୍ଭ କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀଙ୍କ ଭୁଟାନ୍‍ ଗସ୍ତ ସମୟରେ ଦୁଇ ନେତା ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ। ଶ୍ରୀ ମୋଦି କହିଛନ୍ତି, କୋଭିଡ୍‍-୧୯ ଭଳି ଜଟିଳ ସମୟରେ ଭାରତ ଭୁଟାନକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି। ଭୁଟାନ୍‍ର ଆବଶ୍ୟକତାକୁ ଭାରତ ସର୍ବଦା ଅଗ୍ରାଧିକାର ଦେଇ ଆସିଥିବାର ଶ୍ରୀ ମୋଦୀ କହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ରୂପେ କାର୍ଡ଼ ଶୁଭାରମ୍ଭ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଅଧିକ ଘନିଷ୍ଠ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇସ୍ରୋ ସହାୟତାରେ ଆସନ୍ତାବର୍ଷ ଭୁଟାନର ଉପଗ୍ରହ ମହାକାଶକୁ ପଠାଇବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଥିପାଇଁ ଭୁଟାନ୍‍ର ୪ ଜଣ ମହାକାଶ ବିଜ୍ଞାନୀ ଡିସେମ୍ବର ମାସରେ ଇସ୍ରୋ ଗସ୍ତ କରିବେ। ଭୁଟାନ୍‍ ପ୍ରଧାନମନ୍ତ୍ରୀ ଶ୍ରୀ ଶେରିଙ୍ଗ୍‍ କୋଭିଡ୍‍ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି। ଭାରତ କୋଭିଡ ଉପରେ ବିଜୟ ହାସଲ କରିବ ବୋଲି ସେ ଦୃଢ଼ ମତ ପୋଷଣ କରିଛନ୍ତି। ସେ କହିଛନ୍ତି, କୋଭିଡ୍‍ ପାଇଁ ଟିକା ବାହାର କରିବାରେ ଭାରତ ଅଗ୍ରଣୀ ଭୂମିକା ନେଉଥିବାରୁ ଏହା ସମସ୍ତଙ୍କ ମନରେ ଆଶା ସଞ୍ଚାର କରିଛି। ଟିକା ଉତ୍ପାଦିତ ହେବା ପରେ ଭୂଟାନ୍‍କୁ ଯୋଗାଇବାପାଇଁ ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିବାରୁ ସେଥିପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ଭୁଟାନରେ ପ୍ରଥମ ପର୍ଯ୍ୟାୟ ରୂପେ କାର୍ଡ଼ ଲାଗୁ ହେବା ପରେ ଭାରତରୁ ଭୁଟାନ୍‍କୁ ଯାଉଥିବା ଲୋକମାନେ ଏଟିଏମ୍‍ର ବ୍ୟବହାର କରିପାରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ରୂପୟେ କାର୍ଡ଼ ଆରମ୍ଭ ହେବା ସହ ଭୁଟାନ୍‍ରୁ ଭାରତକୁ ଆସୁଥିବା ଲୋକମାନେ ଭାରତରେ ରୂପେ କାର୍ଡ଼ ବ୍ୟବହାର କରିପାରିବେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories