www.samajalive.in
Saturday, December 6, 2025
23.1 C
Bhubaneswar

ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା ଜିଗ୍‌ମେ ୱାଙ୍ଗଚୁକ୍‍

ନୂଆଦିଲ୍ଲୀ: ମାଘ ସପ୍ତମୀ ଅବସରରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଭୁଟାନର ରାଜା ଜିଗ୍‌ମେ ଖେସର ନାମଗେଲ୍‍ ୱାଙ୍ଗଚୁକ୍‍। ପବିତ୍ର ଗଙ୍ଗାନଦୀରେ ସେ ମଙ୍ଗଳବାର ଏହି ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ସେ ମଧ୍ୟ ଭୁଟାନ ନରେଶଙ୍କ ସହିତ ମିଶି ଗଙ୍ଗା ସ୍ନାନ, ବୁଡ଼ ଓ ତିଳ ତର୍ପଣ ଅର୍ପଣ କରିଛନ୍ତି। ଏଥି ସହିତ ଉଭୟ ତ୍ରୀବେଣୀ ସଙ୍ଗମରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।

- Advertisement -

ବୁଡ଼ ପକାଇବା ପରେ ଭୁଟାନ୍‍ ରାଜା, ଗଙ୍ଗା ନଦୀ ତଟରେ ବିହଙ୍ଗମ କରୁଥିବା ପକ୍ଷୀମାନଙ୍କୁ ଖାଦ୍ୟ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସେ ଏହି ଖାଦ୍ୟଦାନ କରିଥିଲେ। ଗଙ୍ଗାସ୍ନାନ ପରେ ମୁଖ୍ୟମନ୍ତ୍ରୀ ଓ ଭୁଟାନ ରାଜା ଉଭୟ ଅକ୍ଷୟ ବଟ ଗସ୍ତ କରିଥିଲେ। ଏଠାରେ ଥିବା ଶତାବ୍ଦୀ ପୁରୁଣା ଅକ୍ଷୟ ବଟକୁ ନମନ କରି ପୂଜାଫୁଲ ଅର୍ପଣ କରିଥିଲେ। ଏହାସହ ଅକ୍ଷୟ ବଟରେ ବିରାଜମାନ ଥିବା ବିଶ୍ୱର ଏକମାତ୍ର ଶୟନରତ ହନୁମାନ ମନ୍ଦିରରେ ପୂଜା କରିବା ସହ ଦର୍ଶନ ମଧ୍ୟ କରିଛନ୍ତି ରାଜା।

ଜିଗ୍‌ମେ ମଙ୍ଗଳବାର ସକାଳୁ ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାପରେ ସେଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହାପରେ ରାଜଭବନ ଯାଇ ରାଜ୍ୟପାଳ ଆନନ୍ଦୀବେନ୍‍ ପଟେଲଙ୍କୁ ଭେଟିଥିଲେ। ଏହି ଅବସରରେ ସେ କହିଥିଲେ, ତାଙ୍କର ଗାରିମାପୂର୍ଣ୍ଣ ସ୍ୱାଗତ କରିଥିବାରୁ ଅନେକ ଧନ୍ୟବାଦ। ରାଜଭବନରେ ଭୁଟାନ ରାଜାଙ୍କ ସମେତ ତାଙ୍କର ବିଶିଷ୍ଟ ପ୍ରତିନିଧି ମଣ୍ଡଳୀ, ଭାରତ ଭୁଟାନ୍‍ ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ।

ଡିସେମ୍ବର ୨୦୨୪ରେ ଭୁଟାନର ରାଜା ଏବଂ ରାଣୀ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେହିପରି ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍‍ ଡରୁକ୍‍ ଗ୍ୟାଲପୋ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories