www.samajalive.in
Saturday, December 6, 2025
23.1 C
Bhubaneswar

ଉତ୍ସବମୁଖର ଅଯୋଧ୍ୟା; ହନୁମାନଙ୍କ ଦର୍ଶନ ପରେ ଭୂମିପୂଜନ କରିବେ ମୋଦୀ

ଅଯୋଧ୍ୟା : ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ପୂର୍ବରୁ ଅଯୋଧ୍ୟା ଉତ୍ସବମୁଖର ହୋଇପଡ଼ିଛି ଓ ଆସନ୍ତାକାଲିର ଭୂମିପୂଜନ କାର୍ଯ୍ୟକ୍ରମକୁ ଲୋକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଅଯୋଧ୍ୟା ନଗରୀରେ ରାମ କୀର୍ତ୍ତନ ଓ ରାମଚରିତ ମାନସ ଭଳି ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ଆରମ୍ଭ ହୋଇଯାଇଛି। ଦୀପୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଓ ସରଯୁ ନଦୀର ଘାଟଗୁଡ଼ିକୁ ଅତ୍ୟନ୍ତ ମନୋରମ ଶୈଳୀରେ ସଜାଯାଇଛି। ଭୂମିପୂଜନ ପୂର୍ବରୁ ରାମରଚା ଅନୁଷ୍ଠାନ ଚାଲିଛି। ଏହି ଅନୁଷ୍ଠାନ ଦୀର୍ଘ ୬ ଘଣ୍ଟା ଧରି ଚାଲିବ।

ଭୂମିପୂଜନ ଆସନ୍ତାକାଲି ବା ବୁଧବାର ଅନୁଷ୍ଠିତ ହେବ। ଭୂମିପୂଜନ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ତାଙ୍କ ସହ ଭାରତ ଓ ନେପାଳର ବହୁ ଧର୍ମ ଗୁରୁ ଓ ସାଧୁସନ୍ଥ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପ୍ରାୟ ୧୩୫ ଜଣ ସାଧୁ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ଅଯୋଧ୍ୟାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଛି।

- Advertisement -

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଶ୍ରୀ ହନୁମାନଗଡ଼ି ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଶ୍ରୀ ରାମ ଜନ୍ମଭୂମିଠାରେ ଭଗବାନ ରାମଲାଲାଙ୍କର ପୂଜା କରିବେ। ଏହାପରେ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଭୁମି ପୂଜନ ସମାରୋହ  ୧୨.୩୦ ରେ ଆରମ୍ଭ ହୋଇ  ୧୨.୪୫ ରେ ଶେଷ ହେବ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ଏହି କାର୍ଯ୍ୟକ୍ରମକୁ ୧୭୫ ଜଣ ଅତିଥୀଙ୍କୁ ଆମନ୍ତ୍ରଣ କରାଯାଇଛି। ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ମୁଖ୍ୟ ଅଶୋକ ସିଂଘଲଙ୍କ ପରିବାରର ସଦସ୍ୟ ପବନ ସିଂଘଲ ଓ ମହେଶ ଭାଗଚଣ୍ଡକା ଭୂମି ପୂଜନ ଉତ୍ସବରେ ମୁଖ୍ୟ ଜଜମାନ ରହିବେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories