www.samajalive.in
Friday, December 12, 2025
16.1 C
Bhubaneswar

ଆଜି ପବିତ୍ର ରକ୍ଷା ବନ୍ଧନ ; ଜାଣନ୍ତୁ କେଉଁ ସମୟରେ ଭାଇ ହାତରେ ପିନ୍ଧାଇବେ ରାକ୍ଷୀ

ଭୁବନେଶ୍ବର: ରକ୍ଷା ବନ୍ଧନ ହିନ୍ଦୁଙ୍କ ଏକ ପବିତ୍ର ପର୍ବ । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଥାଏ ଭଉଣୀ। ଭାଇଟିଏ ଭଉଣୀକୁ ପ୍ରତିଶ୍ରୁତି ଦେଇଥାଏ ସବୁ ବିପଦ ଆପଦରୁ ତାକୁ ରକ୍ଷା କରିବାକୁ। ସେଥିପାଇଁ ଭଉଣୀ ଏହି ଦିନଟିକୁ ଖୁବ୍‌ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଏ। ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ହେଲେ ଭଦ୍ରାକାଳ ଥିଲେ ରକ୍ଷୀ ବାନ୍ଧିବା ଅଶୁଭ ମନାଯାଇଥାଏ। ଏବର୍ଷ ରାକ୍ଷୀ ପିନ୍ଧାକୁ ନେଇ ଦ୍ବନ୍ଦ୍ବ ଉପିଜିଛି। ଆଜି ଅଗଷ୍ଟ ୩୦ ତାରିଖରେ ପୂରା ଦିନ ଭଦ୍ରା କାଳ ରହିବ । ୩୦ ଅଗଷ୍ଟରେ ପୂର୍ଣ୍ଣିମା ତିଥି ସହ ସକାଳ ୧୦ଟା ୫୯ ମିନିଟରୁ ଭଦ୍ରାକାଳ ଆରମ୍ଭ ହେଉଛି । ଏହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ବିବେଚନା କରାଯାଇଥାଏ । ତେବେ ରାତି ୯ଟା ୨ ମିନିଟରେ ଭଦ୍ରାକାଳ ଶେଷ ହେଉଥିବାରୁ ଏହାପରେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ। ୩୧ ଅଗଷ୍ଟରେ ବି ଆପଣ ରାକ୍ଷୀ ବାନ୍ଧି ପାରିବେ। ଅଗଷ୍ଟ ୩୧ ସକାଳ ୭ଟା ୫ ମିନିଟ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧି ପାରିବେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories