ବ୍ୟବସାୟୀଙ୍କଠାରୁ ଅନ୍‌ଲାଇନରେ ୪ ଲକ୍ଷ ଠକେଇ ମାମଲା : ବିହାରରୁ ୩ ଠକ ଗିରଫ

କୋରାପୁଟ: କୋରାପୁଟ ସହରର ଜଣେ ବ୍ୟବସାୟୀଙ୍କଠାରୁ ଅନଲାଇନରେ ୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୩ ଜଣ ବିହାରୀ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ୧୪ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍, ୩ଟି ପାସବୁକ୍ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ବ୍ୟବସାୟ କରିବା ପାଇଁ ବ୍ୟବସାୟୀଙ୍କୁ ଅନଲାଇନରେ ଲୋଭନୀୟ ଅଫର ଦେଇଥିଲେ। କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ପାଇବା ଆଶାରେ ସେ ବ୍ୟବସାୟ ପାଇଁ ଆଗ୍ରହ ଥିବା କହିଥିଲେ। ଏହା ପରେ ଜଣେ ବ୍ୟକ୍ତି ତାଙ୍କୁ ଯୋଗାଯୋଗ କରି ୪ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଏହି ସମସ୍ତ ଟଙ୍କା ସେ ଅନ୍‌ଲାଇନରେ ଦେଇଥିଲେ।

Comments are closed.