www.samajalive.in
Sunday, December 14, 2025
16.1 C
Bhubaneswar

ଅର୍ଚ୍ଚନା ନାଗ ମାମଲା; ଇଡି ଅଫିସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି । ଇଡି ଅଫିସରେ ଶ୍ରଦ୍ଧାଞ୍ଜଳି ବେହେରା ହାଜର ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟର ସମନ ପରେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାପଡ଼ିଛି । ଅର୍ଚ୍ଚନାଙ୍କ ସହ ଲିଂକକୁ ନେଇ ଶ୍ରଦ୍ଧାଞ୍ଜଳିଙ୍କୁ ପଚରାଉଚରା କରୁଛି ଇଡି । ତାହାସହ ଅର୍ଚ୍ଚନାଙ୍କ ପ୍ରସଙ୍ଗରେ ଅନେକ କଥାକୁ ନେଇ ମଧ୍ୟ ଇଡି ଖୋଳତାଡ କରିବ । ସେପଟେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ବି ଇଡି କାର୍ଯ୍ୟାଳୟରେ ହାଜର ହେବେ ।

ଇଡି କାର୍ଯ୍ୟାଳୟରେ ହାଜର ହେବା ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ସମନ ହୋଇଛି । ହାଜର ହେବା ପରେ ଉଭୟ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କୁ ସାମନାସାମ୍ନି ଜେରା କରାଯିବ । ବ୍ଲାକମେଲିଂ ଓ ଟଙ୍କା କାରବାରକୁ ନେଇ ପଚରାଉଚରା କରିବ ଇଡି । ଅର୍ଚ୍ଚନାଙ୍କ ସହ ଉଭୟଙ୍କ ସମ୍ପର୍କକୁ ନେଇ ମଧ୍ୟ ଇଡି ପ୍ରଶ୍ନ କରିବ । କଳା ସାମ୍ରାଜ୍ୟର ଗୁମର ଖୋଲିବାକୁ ତଥ୍ୟ ଓଗାରିବ ପ୍ରବର୍ତ୍ତନ ନିର୍ଦେଶାଳୟ । ଅର୍ଚ୍ଚନାଙ୍କ ସହ କୋଟି କୋଟି ଟଙ୍କା କାରବାର । ଘଟଣାରେ କେଉଁ ମାନଙ୍କର ରହିଛି ସମ୍ପୃକ୍ତି ? ଏସବୁକୁ ନେଇ ଖୋଳତାଡ଼ କରିପାରେ ଇଡି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories