bjd gruha runa banner

ଓଡ଼ିଶା ଆସିବେ ଜେ.ପି ନଡ୍ଡା

BSKY banner  750×100

ଭୁବନେଶ୍ୱର: ଓଡ଼ିଶା ଆସିବେ ବିଜେପି ସଭାପତି ଜେ.ପି ନଡ୍ଡା । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ନଡ୍ଡାଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏଯାଏ କୌଣସି ତାରିଖ ସ୍ଥିର ହୋଇନାହିଁ । ମିଶନ ୨୦୨୪ ପାଇଁ ଓଡ଼ିଶା ବିଜେପିରେ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ତାହାସହ ପୃଥ୍ବୀରାଜ ଆହୁରି ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବରରେ ବିଜେପିର ୩ ପ୍ରମୁଖ ଚେହେରା ଓଡ଼ିଶା ଆସିବେ । ୩ୟ ସପ୍ତାହରେ ପ୍ରସ୍ତାବିତ ପ୍ରଶିକ୍ଷଣ ଶିବିରକୁ ସଙ୍ଗଠନର ମହାମନ୍ତ୍ରୀ ଆସିବେ ଏବଂ ସେପ୍ଟେମ୍ବର ୫ କିମ୍ବା ୬ ତାରିଖ ବେଳକୁ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଆସିବେ ବୋଲି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

Comments are closed.