ସଫେଇ କର୍ମଚାରୀଙ୍କୁ ୩ ଦିନ ସମୟ ମାଗିଲା ବିଏମସି; ଲିଖିତ ପ୍ରତିଶ୍ରୁତି ଦାବିରେ ଆନ୍ଦୋଳନକାରୀ

ଭୁବନେଶ୍ୱର: ଆନ୍ଦୋଳନ ପରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିଏମସି ସହିତ ସଫେଇ କର୍ମଚାରୀ ମାନେ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଥିବା ମେୟର ସୁଲୋଚନା ଦାସ କହିଛନ୍ତି । କର୍ମଚାରୀଙ୍କ ଦାବି ପୂରଣ ପାଇଁ ୩ଦିନ ସମୟ ମାଗିଛି ବିଏମସି । ୩ଦିନ ମଧ୍ୟରେ ସରକାର ବର୍ଦ୍ଧିତ ଦରମା ନେଇ ଘୋଷଣା କରିବେ । ଅଳିଆ ପୃଥକୀକରଣ ବନ୍ଦ କରିବାକୁ ୧୫ଦିନ ସମୟ ମାଗିଛି ବିଏମସି । ଅନ୍ୟପଟେ ଆନ୍ଦୋଳନକାରୀ ସଫେଇ କର୍ମଚାରୀ କହିଛନ୍ତି ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ । ସଫେଇ କର୍ମଚାରୀ ମାନେ ଆନ୍ଦୋଳନ କରୁଥିବାରୁ ରାଜଧାନୀ ରାଜରାସ୍ତାରେ କୁଢ କୁଢ ଅଳିଆ ପଡିରହିଛି ।

Comments are closed.