www.samajalive.in
Sunday, December 7, 2025
23.1 C
Bhubaneswar

ସଟ୍‌ଡାଉନ୍‌ ପରେ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା, ଲୋକଙ୍କ ପାଇଁ ବଢ଼ିଲା ସମସ୍ୟା

ଭୁବନ: ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରୁ ଜଣେ ୨୫ ବର୍ଷୀୟ ଯୁବକ ଓ ୪ ନମ୍ବର ବ୍ୱାର୍ଡରୁ ଜଣେ ୪୨ ବର୍ଷୀୟା ମହିଳାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଲା ପରେ ଗତକାଲି ସଂଧ୍ୟାରେ ଏନଏସି ପ୍ରଶାସନ ତରଫରୁ ଉକ୍ତ ଦୁଇଟି ୱାର୍ଡକୁ ୫ ଦିନ ପର୍ୟ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ଚିଠି ନଂ – ୭୨୩ ତା ୨୬.୭.୨୦୨୦ ରେ ୧ ବମ୍ବର ବ୍ୱାର୍ଡର ଗୋଡି ପୋଖରୀ ଛକ ଠାରୁ ବଉଳ ଛକ ଦେଇ ମଙ୍ଗୁଳି ପାତ୍ର ଘର ପର୍ୟ୍ୟନ୍ତ ଏବଂ ୪ ନମ୍ବର ବ୍ୱାର୍ଡର ପାଲାମଣ୍ଡପ ଠାରୁ ତଳ ଶାସନ ଓ ଉପର ଶାସନ ପର୍ୟ୍ୟନ୍ତ ଅଞ୍ଚଳ କୁ ସୋମବାର ଠାରୁ ଶୁକ୍ରବାର ପର୍ୟ୍ୟନ୍ତ କଂଟେନମେଂଟ ଜୋନ ଘୋଷଣା କରିଥିଲେ। କରୋନା ସଂକ୍ରମିତ ବ୍ୟକ୍ତି ଙ୍କ ଘର ଦୁଆର ମୁହଁରେ ପରିବାର ବର୍ଗ ଅଗଷ୍ଟ ୬ ତାରିଖ ପର୍ୟ୍ୟନ୍ତ କ୍ୱାରେଟାଇନରେ ରହିବାକୁ ପ୍ରଶାସନ ନୋଟିସ ମାରିଛି। ଆଜି ସକାଳେ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ,କର୍ମଚାରୀ ,ପୁଲିସଙ୍କୁ ସାଥିରେ ନେଇ ବ୍ୱାର୍ଡ ସୀମା ସିଲ କରି ଲୋକମାନେ ଘରୁ ପଦାକୁ ନବାହାରିବା ପାଇଁ ନିବେଦନ କରିଥିଲେ। ମୁଖ୍ୟ କଥା ହେଉଛି ଗତ ଗୁରୁବାର ଠାରୁ ରବିବାର ପର୍ୟ୍ୟନ୍ତ ସମଗ୍ର ଭୁବନ ଏନଏସି ସଟଡାଉନ ଥିଲା ଆଜିଠାରୁ ଶୁକ୍ରବାର ପର୍ୟ୍ୟନ୍ତ ଦୁଇଟି ୱାର୍ଡକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯିବାରୁ ଲୋକେ ବିଚଳିତ ହୋଇ ପନିପରିବା ଓ ରାସନ ସାମଗ୍ରୀ କିଣିବା ପାଇଁ ବାଧ୍ୟହୋଇ ପଦାକୁ ବାହାରିଥିଲେ। ୪ ଦିନ ସଟଡାଉନ ପରେ ପୁଣି ଲଗାତର ୫ ଦିନ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯିବାରୁ ଅଧିକାଂଶ ଲୋକେ ଏହାକୁ ମାନି ନଥିବା ଦେଖିବାକୁ ମିଳିଥିଲା। ସଟ୍‌ଡାଉନ୍‌ ପରେ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories