www.samajalive.in
Wednesday, December 10, 2025
23.1 C
Bhubaneswar

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: କଂଗ୍ରେସର ୧୫୫ ଜଣିଆ ପ୍ରାର୍ଥିତାଲିକା ପ୍ରକାଶ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶନିବାର ପ୍ରଥମ ପ୍ରାର୍ଥିତାଲିକା ପ୍ରକାଶ ପାଇଛି। ପ୍ରଥମ ତାଲିକାରେ ୧୫୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ କମଳନାଥ, ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ପ୍ରଦେଶ ପ୍ରଭାରୀ ଦୀପକ ବାୱାରିୟା ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି ପ୍ରାର୍ଥିତାଲିକା ପ୍ରକାଶ କରିଥିଲେ।
କଂଗ୍ରେସ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ଜୁଲାଇ ୩୧ ପୂର୍ବରୁ ପ୍ରଥମ ପ୍ରାର୍ଥିତାଲିକା ଘୋଷଣା କରାଯିବ। ହେଲେ ଆଭ୍ୟନ୍ତରୀଣ କନ୍ଦଳ ଓ ଗୋଟିଏ ଗୋଟିଏ ଆସନ ପାଇଁ ଅନେକ ଆଶୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ଯୋଗୁଁ ଜୁଲାଇରେ ପ୍ରାର୍ଥିତାଲିକା ପ୍ରକାଶ ପାଇନଥିଲା। ଶେଷରେ ଦଳରେ ଟଣାଓଟରା ମଧ୍ୟରେ ନଭେମ୍ବର ୩ରେ ପ୍ରାର୍ଥିତାଲିକା ଘୋଷଣା ହୋଇଛି। ଏପରିକି ସିଇସି ବୈଠକରେ ଦିଗ୍‍ବିଜୟ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ସୂଚନା ମିଳିଛି। ଦଳୀୟ ସର୍ବେକ୍ଷଣ ଅନୁସାରେ କଂଗ୍ରେସ ଟିକେଟ୍‍ ବାଣ୍ଟିଥିବା କୁହାଯାଉଛି। ବର୍ତ୍ତମାନର ୫୬ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କ ଟିକେଟ୍‍ କାଟି ଦିଆଯାଇଥିବା ବେଳେ ୮ ଜଣଙ୍କ ଟିକେଟ୍‍ ବିଷୟରେ ସ୍ପଷ୍ଟ ହୋଇନାହିଁ।
ବାହାରୁ ଆସିଥିବା ନେତାଙ୍କୁ ଟିକେଟ୍‍ ମିଳିବ ନାହିଁ ବୋଲି ରାହୁଲ ଗାନ୍ଧୀ ପୂର୍ବରୁ ଘୋଷଣ କରିଥିଲେ ବି ବିଜେପିରୁ ଆସି କଂଗ୍ରେସରେ ମିଶିଥିବା ୩ ନେତାଙ୍କୁ ଟିକେଟ୍‍ ମିଳିଛି। ଦିଗବିଜୟ ସିଂହ, କମଳନାଥ ସିନ୍ଧିଆଙ୍କ ସମସ୍ତ ସମର୍ଥକଙ୍କୁ ଟିକେଟ୍‍ ମିଳିଛି। ଦିଗବିଜୟଙ୍କ ପୁଅ, ଭାଇ, ପୁତୁରାଙ୍କୁ କଂଗ୍ରେସ ଟିକେଟ୍‍ ମିଳିଛି। ଶିବପୁରୀ ଜିଲାର କାରେରାର ବିଧାୟକ ଶକୁନ୍ତଳା ଖାଟିକ୍‍ଙ୍କ ଟିକେଟ୍‍ କାଟି ଦିଆଯାଇଛି। ତାଙ୍କ ସ୍ଥାନରେ ଯଶବନ୍ତ ଜାଟାଭଙ୍କୁ ପ୍ରାର୍ଥୀ କରାଯାଇଛି। ଅନୁପପୁର କୋତମା ବିଧାୟକ ମନୋଜ କୁମାରଙ୍କ ଟିକେଟ୍‍ କାଟି ଦିଆଯାଇଛି। ତାଙ୍କ ସ୍ଥାନରେ ସୁନୀଲ ସରୋଫଙ୍କୁ ପ୍ରାର୍ଥୀ କରାଯାଇଛି। ବିଦିଶା ଜିଲା ସିରୋଞ୍ଜ ବିଧଶୟକ ଗୋବର୍ଦ୍ଧନ ଉପାଧ୍ୟାୟଙ୍କ ଟିକେଟ୍‍ କାଟି ଦିଆଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories