www.samajalive.in
Friday, December 12, 2025
16.1 C
Bhubaneswar

ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଜାମିନ, ଶାହୀନ ବାଗ୍‌ ଗସ୍ତ ଉପରେ କଟକଣା

ନୂଆଦିଲ୍ଲୀ: ଦରିୟାଗଞ୍ଜ ହିଂସା ମାମଲାରେ ଗିରଫ ହୋଇଥିବା ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଦିଲ୍ଲୀର ଏକ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଏହା ସହିତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବିକ୍ଷୋଭ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି। ଶାହୀନ ବାଗରେ ଚାଲଥିବା ବିକ୍ଷୋଭ ସ୍ଥଳରେ ମଧ୍ୟ ସେ ସାମିଲ ହେବା ଉପ​‌ରେ ବି କୋର୍ଟ କଟକଣା ଲଗାଇଛନ୍ତି।

ଏହା ପୂର୍ବରୁ ଦିଲ୍ଲୀରେ ଭୀମ୍‌ ଆର୍ମି ଷ୍ଟୁଡେଣ୍ଟ୍‌ସ ଫେଡେରେଶନର କାର୍ଯ୍ୟକର୍ତ୍ତାମାନେ ଚନ୍ଦ୍ରଶେଖରଙ୍କୁ ମୁକ୍ତ କରିବା ଦାବିରେ ରାସ୍ତାକୁ ଓହ୍ଲାଇବା ସହିତ ଧାରଣା ଦେଇଥିଲେ। ପୁଲିସ ତୁରନ୍ତ ଚନ୍ଦ୍ରଶେଖରଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ଜାମା ମସ୍‌ଜିଦଠାରୁ ଚନ୍ଦ୍ରଶେଖରଙ୍କୁ ଗିରଫ କରିଥିଲା। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଲୋକଙ୍କୁ ଦଙ୍ଗା ପାଇଁ ଉସୁକାଇବା ସମେତ ବିଭିନ୍ନ ଦଫାରେ ପୁଲିସମାମଲା ରୁଜୁ କରିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories